ଭଦ୍ରକରେ ପିପିପି ମୋଡ୍‌ରେ ହେବ ମେଡିକାଲ କ‌ଲେଜ

Advertisment

ଗେଲପୁରରେ ଜମି ଚିହ୍ନଟ, ଖର୍ଚ୍ଚ ହେବ ୩୦୦ ‌କୋଟି

ଗେଲପୁରରେ ଜମି ଚିହ୍ନଟ, ଖର୍ଚ୍ଚ ହେବ ୩୦୦ ‌କୋଟି

ମେ’ ୧ରୁ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପ୍ରସବର ଅଡିଟ୍‌

medicaldialogues.in

ଭଦ୍ରକ : ଭଦ୍ରକରେ ପିପିପି ମୋଡ୍‌ରେ ମେଡିକାଲ୍‌ କଲେଜ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରାରମ୍ଭିକ କାମ ଆରମ୍ଭ ହୋଇଯାଇଥିବା ବେଳେ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାନେଇ ମଧ୍ୟ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ଆଦାନୀ କମ୍ପାନି ଏବଂ ରାଜ୍ୟ ସରକାରଙ୍କୁ ନେଇ ପିପିପି ମୋଡ୍‌ରେ ଭଦ୍ରକରେ ଏହି ମେଡିକାଲ୍‌ କଲେଜ ପ୍ରତିଷ୍ଠା ହେବ। ଏଥିପାଇଁ ବ୍ଲୁ’ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜିଲ୍ଲାପାଳ ଓ ତହସିଲଦାରମାନେ ମେଡିକାଲ୍‌ କଲେଜ ପାଇଁ ଜମି ଖୋଜାକାମ ପ୍ରାୟ ସାରିଦେଇଛନ୍ତି।

ଅଧିକାରୀମାନେ ରାଣୀତାଲ, ଅମରଗଡ଼ିଆ ଓ ଗେଲପୁର ମୌଜା ବୁଲି ଦେଖିଥିଲେ। ତେ‌ବେ, ୧୬ ନମ୍ବର ଜାତୀୟ ରାଜପଥ କଡ଼ ଗେଲପୁର ମୌଜାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ସହ ଉକ୍ତ ସ୍ଥାନକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମଧ୍ୟ ସ୍ଥାନାନ୍ତର କରାଯିବାକୁ ପ୍ରାୟ ସ୍ଥିର କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଯାଇଛି। ଡାକ୍ତରଖାନା ପାଇଁ ନିର୍ଦ୍ଧାରିତ ଗେଲପୁର ମୌଜାର ୪୨ ଏକର ଜମି ମଧ୍ୟରୁ ଜିଲ୍ଲା ଡାକ୍ତରଖାନା ପାଇଁ ୧୮ ଏକର ଏବଂ ମେଡିକାଲ୍‌ କଲେଜ ପାଇଁ ୨୪ ଏକର ଜମି ପ୍ରସ୍ତୁତ କାମ ଚାଲିଛି। ଯାହା ଜଣାପଡ଼ିଛି, ଫେବ୍ରୁଆରି ଶେଷ ସୁଦ୍ଧା କଲେଜ ପ୍ରତି‌ଷ୍ଠା ପାଇଁ ଶିଳାନ୍ୟାସ କରାଯିବ। ମେଡିକାଲ୍‌ କଲେଜ ପାଇଁ ପ୍ରାୟ ୩ ଶହ କୋଟି ଟଙ୍କାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଆବଶ୍ୟକ ଜମି ଦେବାସହ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଆଦାନୀ କମ୍ପାନି ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କୁହାଯାଉଛି।

ଅନ୍ୟପଟେ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବା ନେଇ ହୋଇଆସୁଥିବା ଦାବିକୁ ମଧ୍ୟ ସରକାର ଖୁବ୍‌ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ଏନେଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ସମୟରେ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ପ୍ରସ୍ତୁତି କୁଆଡ଼େ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe