ଆଜିଠୁ ମେଡିକାଲ କଲେଜରେ ନାମଲେଖା : ୧୦୭୮ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ

Advertisment
ଆଜିଠୁ ମେଡିକାଲ କଲେଜରେ ନାମଲେଖା : ୧୦୭୮ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ

photo by : India Today

ଭୁବନେଶ୍ୱର : ସରକାରୀ, ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରୋଭିଜ୍‌ନାଲ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ମୋଟ ୪୪୩୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୩,୧୩୯ ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦୭୮ ଛାତ୍ରଛାତ୍ରୀଙ୍କୁ ଆଜି ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ନାମଲେଖାଇପାରିବେ।

ପ୍ରତିଦିନ ଦୁଇଟି ଲେଖାଏ କଲେଜ ପାଇଁ ନାମଲେଖା ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଦିନ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ହେବ। ଜୁଲାଇ ୭ରେ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ଏସ୍‌ସିବିର ବିଡିଏସ୍‌ ପାଠ୍ୟକ୍ରମ, ୮ ତାରିଖରେ କୋରାପୁଟ ଓ ବାରିପଦାଠାରେ ଥିବା ସରକାରୀ ମେଡିକାଲ କଲେଜର ଏମ୍‌ବିବିଏସ୍‌, ୯ ତାରିଖରେ ବଲାଙ୍ଗୀର ଓ ବାଲେଶ୍ୱର ସରକାରୀ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଏବଂ ୧୦ ତାରିଖରେ ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜର ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ହେବ। ନାମଲେଖା ପରେ ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ। ଜୁଲାଇ ୨୪ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ଥିବା ସିଟ୍‌ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌ର ମିଳିତ ତାଲିକା ବାହାରିବ। ଏହି ସିିଟ୍‌ଗୁଡିକ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ ଚାଲିବ। ଅଗଷ୍ଟ ୧ ସୁଦ୍ଧା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe