ରାଜବନ୍ଦୀଙ୍କୁ ଚିକିତ୍ସା ସୁବିଧା ପ୍ରସଂଗ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଦେଶରେ ଜରୁରିକାଳୀନ ପରିସ୍ଥିତି ସମୟରେ ଜେଲ୍‌ ଯାଇଥିବା ରାଜବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସୁବିଧା ସରକାର ପ୍ରଦାନ କରିବା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀ ୨୦୧୯, ନଭେମ୍ବର ୨୯ରେ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଇତିମଧ୍ୟରେ ତିନି ବର୍ଷ ସମୟ ଅତିବାହିତ ହୋଇ ସାରିଛି। ଏଭଳି ସ୍ଥିତିରେ ରାଜବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରସଂଗରେ ଆବେଦନକାରୀ ସରକାରଙ୍କ ନିକଟରେ ସାନି ସ୍ମାରକପତ୍ର (ରିପ୍ରେଜେନଟେସନ୍) ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦେଶରେ ଜରୁରିକାଳୀନ ପରିସ୍ଥିତିରେ ଜେଲରେ ଥିବା ରାଜବନ୍ଦୀମାନଙ୍କୁ ସ୍ବାସ୍ଥ୍ୟସେବା ସୁବିଧା ପ୍ରଦାନ ପାଇଁ ଆବେଦନକାରୀ ସରକାରଙ୍କ ନିକଟରେ ଦାବି କରିଥିଲେ। ରାଜବନ୍ଦୀଙ୍କ ତାଲିକା ପାଇବା ପାଇଁ ସେ ସୂଚନା ଅଧିକାର ଆଇନରେ ଦରଖାସ୍ତ କରିଥିଲେ ମଧ୍ୟ ଏ ସଂପର୍କିତ ତଥ୍ୟ ମିଳି ପାରି ନଥିଲା। ସରକାର ରାଜବନ୍ଦୀଙ୍କ ତାଲିକା ଦେଇ ନଥିବା ବେଳେ ବହୁ ରାଜବନ୍ଦୀ ଉପଯୁକ୍ତ ଚିକିତ୍ସ‌ା ସୁବିଧା ନ ପାଇ ଇତିମଧ୍ୟରେ ଆରପାରିକୁ ଚାଲି ଯାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe