ଔଷଧ ଉଦ୍ୟାନ ଧ୍ବଂସ

Advertisment
ଔଷଧ ଉଦ୍ୟାନ ଧ୍ବଂସ

ପୁରୀ : ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜ ବାତ୍ୟାରେ ଛାରଖାର ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଥିବା ବହୁ ଗଛ ଉପୁଡ଼ି ଥିବାବେଳେ ସେଠାରେ ଥିବା ଔଷଧୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ବର୍ଷ ବର୍ଷ ପରିଶ୍ରମରେ ଉଦ୍ୟାନରେ ରୋପଣ କରାଯାଇଥିବା ପାଞ୍ଚ ଶହ ପ୍ରଜାତିର ପ୍ରାୟ ଦୁଇ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ, ମେଡିକାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଉଦ୍ୟାନ ବେଶ ଉପଯୋଗୀ। ଛାତ୍ରଛାତ୍ରୀମାନେ ଏହି ଉଦ୍ୟାନରୁ ଔଷଧୀୟ ବୃକ୍ଷ ଚିହ୍ନିବା ସହ ଔଷଧ ପ୍ରସ୍ତୁତ କରିଥାନ୍ତି। ମାତ୍ର ଏହା ନଷ୍ଟ ହେବା ପରେ ଏହାକୁ କିଭିଳି ପୁନଃ ରୋପଣ କରାଯାଇ ପାରିବ ସେଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଛାତ୍ରଛାତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe