ସୋମବାରଠାରୁ ଏମ୍‌କେସିଜିରେ ମେଡିକାଲ ପିଜି କାଉନସେଲି˚

Advertisment
ଡା.ସନ୍ତୋଷ ମିଶ୍ର ଏମ୍‌କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ

Medical Dialogues

କରୋନା ହଟ୍‌ସ୍ପଟ ଅଞ୍ଚଳକୁ ୧ ହଜାର ଡାକ୍ତର ପ୍ରାର୍ଥୀଙ୍କୁ ଡାକରା
କାଉନସେଲି˚ ବେଳେ କାଗଜପତ୍ର ଯାଞ୍ଚ ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ

କଟକ : ମେଡିକାଲ ପିଜି ନାମଲେଖା ପାଇଁ ସୋମବାରଠାରୁ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜରେ କାଉନସେଲି˚ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାଖାପାଖି ୧ ହଜାର ଜଣ ଡାକ୍ତର ପ୍ରାର୍ଥୀଙ୍କୁ ଡକାଯାଇଛି। ସେମାନଙ୍କ ମଧ୍ୟରୁ ତିନୋଟି ସରକାରୀ ମେଡିକାଲ୍‌ କଲେଜ ସହ ଭୁବନେଶ୍ବର ହାଇଟେକ୍‌ ମେଡିକାଲ୍‌ କଲେଜ ପାଇଁ ମଧ୍ୟ କାଉନସେଲି˚ କରାଯିବ। ତେବେ ଗଞ୍ଜାମ ଭଳି ଏକ କରୋନା ହଟ୍‌ସ୍ପଟ୍‌ ଜିଲ୍ଲାରେ ଏଭଳି ସମୟରେ କାଉନସେଲି˚ କରାଯିବା ଘଟଣା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବ୍ରହ୍ମପୁର ବଦଳରେ ଅନ୍ୟ କୌଣସି ମେଡିକାଲ୍‌ କଲେଜରେ କାଉନସେଲି˚ କାହିଁକି କରାଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ କରୋନା ପରିଚାଳନା ସମୟରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି। ଏଭଳି ସମୟରେ ମେଡିକାଲ୍‌ ପିଜି ନାମଲେଖା ପ୍ରକ୍ରିୟା ମଧ୍ୟ ବିଳମ୍ବ ହୋଇଚାଲିଛି। ଏଥିପାଇଁ ଡାକ୍ତରମାନଙ୍କୁ ପ୍ରସ୍ତୁତ ରଖିବାକୁ ଜୁଲାଇ ଶେଷ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ମେଡିକାଲ୍‌ ପିଜି କାଉନସେଲି˚ କମିଟି ନିଷ୍ପତ୍ତି ନେଇଛି। ତେବେ ରୋଟେସନ୍‌ ଭିତ୍ତିରେ ଏଥର ଏମ୍‌କେସିଜି ମେଡିକାଲ୍‌ କଲେଜର ପାଳି ପଡ଼ିଥିବାରୁ ସୋମବାର କାଉନସେଲି˚ ବେଳେ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ଡାକ୍ତରୀ ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାଗଜପତ୍ର ଯାଞ୍ଚ କରାଇନେବାକୁ କମିଟି ନିର୍ଦ୍ଦେଶ ଦେଇଛି। ସକାଳ ୯ଟାରୁ ୧୦ଟା ମଧ୍ୟରେ ପଞ୍ଜିକରଣ ଶେଷ ହେବା ପରେ ଦିନ ସାଢେ ୧୦ଟା ପରଠୁ କାଉନସେଲି˚ ଆରମ୍ଭ ହେବ।

କମିଟି ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ସର୍ବଭାରତୀୟ କୋଟା ବାଦ୍‌ ମେଡିକାଲ୍‌ରେ ନାମ ଲେଖାଇଥିଲେ, ସେମାନେ ଏହି କାଉନସେଲି˚ରେ ଅ˚ଶଗ୍ରହଣ କରିପାରିବେ ନାହିଁ। ଯଦି ଯିଏ ଜାଲିଆତି କରିଥିବା ଜଣାଯାଏ, ତେବେ ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଟି ଚେତାଇ ଦେଇଛି। ପ୍ରଥମେ ଏସ୍‌ଟି, ଏହାପରେ ଏସ୍‌ସି, ଶାରୀରିକ ଭିନ୍ନକ୍ଷମ, ପୂର୍ବତନ ସେନା କର୍ମଚାରୀ, ଗ୍ରୀନ୍‌ କାର୍ଡ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ଶେଷରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଏହି କ୍ରମରେ କାଉନସେଲି˚ କରାଯିବ। ଯଦି କୌଣସି ସ˚ରକ୍ଷିତ ପ୍ରାର୍ଥୀ ସ୍ଥାନ ପୂରଣ କରିନପାରନ୍ତି, ସେଠାରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି। ଗତ ୨୦ ଓ ୨୩ ତାରିଖରେ କାଉନସେଲି˚ ସ˚କ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୯ ତାରିଖ ପର୍ଯ୍ୟନ୍ତ କାଉନସେଲି˚ ଚାଲିବ। ୩୧ ତାରିଖ ସୁଦ୍ଧା ନାମଲେଖାଇଥିବା ମେଡିକାଲ୍‌ କଲେଜରେ ପ୍ରାର୍ଥୀମାନେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କରୋନା ସମୟରେ ଅନ୍‌ଲାଇନ୍‌ ବ୍ୟାଙ୍କ କାରବାର ଉପରେ ସରକାର ଗୁରୁତ୍ବ ଦେଉଥିଲାବେଳେ ଏଠାରେ ବ୍ୟାଙ୍କ ଡ୍ରାଫ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ରାଜ୍ୟର ସର୍ବାଧିକ କରୋନା ପ୍ରବଣ ଅଞ୍ଚଳରେ ଏଭଳି କାଉନସେଲି˚ ଆୟୋଜନ କେତେ ନିରାପଦ ତାହାକୁ ନେଇ ପ୍ରଶ୍ନ ଉଠୁଛି।

କିନ୍ତୁ ଏସବୁ ଅଭିଯୋଗକୁ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଖଣ୍ତନ କରିଛନ୍ତି। ଡାକ୍ତରୀ ପିଲାଙ୍କୁ ବ୍ରହ୍ମପୁର ନହେଲେ ଅନ୍ୟ ଯେଉଁଠାରେ ହେଲେ ବି କରୋନା ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ମାସ୍କ, ଗ୍ଲୋଭ୍‌ସ, ସାନିଟାଇଜର ଇତ୍ୟାଦି ବ୍ୟବହାର କରିବାକୁ ପ୍ରାର୍ଥୀମାନଙ୍କୁ ଆଗରୁ ପରାମର୍ଶ ଦିଆଯାଇଛି। ଯଦି ଗଞ୍ଜାମରେ କାଉନସେଲି˚ ନକରାଇବାକୁ ଦାବି କରାଯାଉଛି, ତାହେଲେ ଗଞ୍ଜାମର ପ୍ରାର୍ଥୀମାନଙ୍କୁ ସେମାନେ ଗ୍ରହଣ କରିବେ କି ନାହିଁ ବୋଲି ପାଲଟା ପ୍ରଶ୍ନ କରାଯାଇଛି। ତେଣୁ କାଉନସେଲି˚ ପାଇଁ ୨୪ ତାରିଖରୁ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅନୁମତି ଅଣାଯାଇଛି ଏବ˚ ସମସ୍ତ କୋଭିଡ୍‌ ନୀତିନିୟମ ଭିତରେ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି ସ˚ପୃକ୍ତ ଅଧିକାରୀ ଜଣକ କହିଛନ୍ତି। କିନ୍ତୁ ଯଦିଓ ଡାକ୍ତରମାନଙ୍କୁ କରୋନା ସ୍ଥିତିର ମୁକାବିଲା କରି ଜାଣିବା ଯୁକ୍ତି ପ୍ରାସଙ୍ଗିକ ମନେ ହେଉଛି କିନ୍ତୁ ଏଠାରେ ଯିବା ଆସିବା, ଖାଇବା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ରହୁଥିବାରୁ ସିଧାସଳଖ ଭାବେ ଅନ୍ୟ ଅଞ୍ଚଳର ଡାକ୍ତରମାନଙ୍କୁ ସଂକ୍ରମଣ ମୁହଁକୁ ଠେଲି ଦିଆଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe