ରାଜ୍ୟରେ ଆରମ୍ଭ ହେଲା ମେଡିକାଲ୍‌ ପିଏଚ୍‌ଡି ପାଠ୍ୟକ୍ରମ

Advertisment

ରାଜ୍ୟ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହୋଇଛି ନୂଆ ବ୍ୟବସ୍ଥା। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମେଡିକାଲ ଶିକ୍ଷାରେ ପିଏଚ୍‌ଡି ପାଠ୍ୟକ୍ରମ। ଏହା ସହିତ ଏସ୍‌ସିବି ମେଡିକାଲ କଲେଜ ହେମାଟୋଲୋଜି....

ରାଜ୍ୟ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହୋଇଛି ନୂଆ ବ୍ୟବସ୍ଥା। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମେଡିକାଲ ଶିକ୍ଷାରେ ପିଏଚ୍‌ଡି ପାଠ୍ୟକ୍ରମ। ଏହା ସହିତ ଏସ୍‌ସିବି ମେଡିକାଲ କଲେଜ ହେମାଟୋଲୋଜି....

dgdagdgd

କଟକ: ରାଜ୍ୟ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହୋଇଛି ନୂଆ ବ୍ୟବସ୍ଥା। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମେଡିକାଲ ଶିକ୍ଷାରେ ପିଏଚ୍‌ଡି ପାଠ୍ୟକ୍ରମ। ଏହା ସହିତ ଏସ୍‌ସିବି ମେଡିକାଲ କଲେଜ ହେମାଟୋଲୋଜି ବିଭାଗକୁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟର ଗବେଷଣା କେନ୍ଦ୍ରର ମାନ୍ୟତା ଦିଆଯାଇଛି। ଆଜି ଏସ୍‌ସିବି ନୂଆ ଅଡିଟୋରିୟମ୍‌ଠାରେ ଆୟୋଜିତ ଓଡ଼ିଶା ହେମାଟୋଲୋଜି ବିଭାଗର ୧୪ତମ ବାର୍ଷିକ ସମ୍ମିଳନୀକୁ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିବା ଅବସରରେ ପିଏଚ୍‌ଡି ପାଠ୍ୟକ୍ରମ ଓ ଏସ୍‌ସିବି ହେମାଟୋଲୋଜି ବିଭାଗ ଗବେଷଣା କେନ୍ଦ୍ରକୁ ନେଇ ଲୋଗୋ ଉନ୍ମୋଚନ କରିଥିଲେ। ଆଗକୁ ଏମ୍‌କେସିଜି ବ୍ରହ୍ମପୁରରେ ହେମାଟୋଲୋଜି ବିଭାଗ ଖୋଲାଯିବାର ଯୋଜନା ସଂପର୍କରେ ସୂଚନା ଦେବା ସହିତ ସମସ୍ତ ୧୧ଟି ମେଡିକାଲ କଲେଜରେ ହେମାଟୋଲୋଜି ବିଭାଗ ଖୋଲାଯିବ ବୋଲି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଯେଉଁ ସିକିଲସେଲ୍‌ ଆନିମିଆ ନିରାକରଣ ଯୋଜନା ଆରମ୍ଭ କରିଛନ୍ତି, ସେଥିରେ ୨୦୪୭ ସୁଦ୍ଧା ଭାରତୀୟ ଉପମହାଦେଶକୁ ସିକିଲସେଲ୍‌ ମୁକ୍ତ କରାଯିବ। ତାହାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଯିବା ନେଇ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏସ୍‌ସିବିରେ ଉଚ୍ଚତର ଗବେଷଣା ଓ ପାଠ୍ୟକ୍ରମ ପାଇଁ ସମସ୍ତ ପ୍ରକାର ଆର୍ଥିକ ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଦ୍ବାରା ସରକାରୀ ବ୍ୟବସ୍ଥାରେ ଏସ୍‌ସିବିରେ ମାଗଣା ବ୍ୟବସ୍ଥାରେ ୧୬୫ଟି ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) ପାଇଁ ଡାକ୍ତର ଜେନାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। 

ଏସ୍‌ସିବି ହେମାଟୋଲୋଜି ବିଭାଗକୁ ମିଳିଲା ରାଜ୍ୟ ଗବେଷଣା କେନ୍ଦ୍ରର ମାନ୍ୟତା

ଓଡିଶା ହେମାଟୋଲୋଜି ବିଭାଗର ୧୪ତମ ବାର୍ଷିକ ସମ୍ମିଳନୀର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡିଶା ଆସୋସିଏସନ୍‌ ଅଫ୍‌ ହେମାଟୋଲୋଜିର ସଭାପତି ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ ସାହୁ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଡିଏମ୍‌ଇଟି  ପ୍ରଫେସର ଡାକ୍ତର ବ୍ରଜ କିଶୋର ଦାଶ, ଏସ୍‌ସିବି ଅଧ୍ୟକ୍ଷ ତଥା ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କାର୍ଯ୍ୟକ୍ରମ ଆୟୋଜନ କମିଟି ଅଧ୍ୟକ୍ଷ ତଥା ରାଜ୍ୟ ହେମାଟୋଲୋଜି ଆସୋସିଏନସନ୍‌ର ସଂପାଦକ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା, ଏସ୍‌ସିବି ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। 

ଏସ୍‌ସିବିରେ ୧୯୭୨ରେ ହେମାଟୋଲୋଜି ବିଭାଗ ଆରମ୍ଭ ହୋଇଥିବାବେଳେ ୫୩ବର୍ଷର ଏହି ବିଭାଗରେ ରକ୍ତ‌ରୋଗର ଅନେକ ସଫଳ ଚିକିତ୍ସା କରାଯାଇଛି। ଆଗକୁ ହେମାଟୋଲୋଜି ବିଭାଗରେ ରିଜେନେରେଟିଙ୍ଗ ଥେରାପି ଲାବ୍‌ ଆରମ୍ଭ କରାଯିବା ସହ ନାନୋ ରୋବୋଟିକ୍‌ ଭଳି ଅନେକ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିବାର ସମୟ ଆସିଥିବା ଡାକ୍ତର ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଥିଲେ। ଏହି କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ହେମାଟୋଲୋଜିଷ୍ଟ ଯୋଗଦେଇଥିବାବେଳେ ରାଜ୍ୟର ୪ଶହରୁ ଅଧିକ ଡାକ୍ତର, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ଅବସରରେ ରକ୍ତରୋଗର ଚିକିତ୍ସା ଓ ଆଗାମୀ ଦିନର ଆହ୍ବାନ ସଂପର୍କରେ ଦୁଇ ଦିନିଆ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe