ଟ୍ରକ୍‌କୁ ପିଟିଲା ବାଇକ୍‌, ଭିମ୍‌ସାରର ଡାକ୍ତରୀ ଛାତ୍ର ମୃତ

Advertisment
ମ.ରାମପୁର ରାସ୍ତାର ଡୁବୁଙ୍ଗ ନିକଟରେ ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର

jang.com.pk

ସମ୍ବଲପୁର : ଶୁକ୍ରବାର ଅଇଁଠାପାଲି ଥାନା ପାଞ୍ଚଗଛିଆ ନିକଟରେ ବ୍ରେକ୍‌ଡ୍ରାଉନ୍‌ ହୋଇ ଅଟକି ଥିବା ଏକ ଟ୍ରକ୍‌କୁ ପଛପଟରୁ ପିଟିବା ଫଳରେ ବାଇକ୍‌ ଚାଳକ ଭିମ୍‌ସାରର ହାଉସ ସର୍ଜନ ଛାତ୍ର ଡା.ଆଶିଷ କୁମାର ଅଗ୍ରୱାଲ (୨୬)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷେ ଆଶିଷଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସହପାଠୀ, ଭିମ୍‌ସାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥି‌ଲେ।

ସକାଳୁ ଆଶିଷ ତାଙ୍କ ହୋଣ୍ଡା ହର୍‌ନେଟ ବାଇକ୍‌(ଓଡି ୧୫ ଏ ୩୪୩୯) ନେଇ ସର୍ଭିସିଂ ପାଇଁ ହୋଣ୍ଡା ସୋ’ ରୁମ୍‌କୁ ଯାଇଥିଲେ। ସେଠାରୁ କାମ ସାରି ଫେରିବା ସମୟରେ ପାଞ୍ଚଗଛିଆ ନିକଟରେ ହଠାତ୍‌ ଏକ ଅଟୋ ପାଖ ଦେଇ ଅତିକ୍ରମ କରିବାରୁ ଆଶିଷ ଭାରସାମ୍ୟ ହରାଇ ବସିଥିଲେ। ସେହି ସମୟରେ ରାସ୍ତାକଡ଼ରେ ଅଚଳ ହୋଇ ଛିଡ଼ା ହୋଇଥିବା ଟ୍ରକ୍‌(ଓଆର୍‌ ୨୩ ଏ ୮୩୪୫)କୁ ସେ ବାଡ଼େଇ ଦେଇଥିଲେ। ମାତ୍ର ଆଶିଷଙ୍କ ଗାଡ଼ିର ବେଗ ଅଧିକ ଥିବାରୁ ସେ ଟ୍ରକ୍‌କୁ ଶକ୍ତ ଧକ୍କା ଦେଇଥିଲେ। ଏହି ଘଟଣାରେ ଆଶିଷଙ୍କ ମୁଣ୍ଡରେ ଥିବା ହେଲମେଟ୍‌ଟି ଭାଙ୍ଗି ଗୁଣ୍ଡ ହୋଇ ଯାଇଥିଲା ଓ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ‌ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର‌ ସେଠାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ମୃତ ଆଶିଷଙ୍କ ଘର ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଭୋଇପୁର ବୋଲି ଜଣାପଡ଼ିଛି। ତାଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବା ସମୟରେ ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ବଚ୍ଛଳ ନୁହେଁ। ଆଶିଷଙ୍କ ଭାଇ ମଧ୍ୟ ହୃଦ୍‌ରୋଗୀ ହୋଇଥିବାରୁ ପରିବାରର ସମସ୍ତ ବୋଝ ତାଙ୍କ ମୁଣ୍ଡ ଉପରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe