ଖସିଗଲା ଗୋଡ଼, ଋଷିକୁଲ୍ୟା ନଦୀରେ ବୁଡ଼ିଗଲେ ଡାକ୍ତରୀ ଛାତ୍ର

Advertisment
ଖସିଗଲା ଗୋଡ଼, ଋଷିକୁଲ୍ୟା ନଦୀରେ ବୁଡ଼ିଗଲେ ଡାକ୍ତରୀ ଛାତ୍ର

ଭଂଜନଗର: ଗୋଡ଼ ଖସିଯିବାରୁ ଜଣେ ଡାକ୍ତରୀ ଛାତ୍ର ଋଷିକୁଲ୍ୟା ନଦୀରେ ବୁଡ଼ିଯାଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଋଷିକୁଲ୍ୟା ନଦୀରେ ବୁଡ଼ି ଏମକେସିଜିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛ। ମୃତ ଛାତ୍ର ହେଲେ ରାକେଶ କୁମାର ପାଢୀ।

ସୂଚନା ଅନୁସାରେ ବ୍ରହ୍ମପୁର ଗୋଷଣିନୂଆଗାଁର ରାକେଶ କୁମାର ପାଢ଼ୀ ଆଜି ୩ ଜଣ ବନ୍ଧୁଙ୍କ ସହ ମିଶି ବୁଲିବା ପାଇଁ ସୋରଡ଼ା ଯାଇଥିଲେ। ସୋରଡ଼ା ଭଗବାନପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ହୁଳୁହୁଳା ଗଣ୍ଡ ନିକଟରେ ପିକନିକ୍ ସାରି ଗଣ୍ଡ ନିକଟରେ ବୁଲୁଥିଲେ। ଏହି ସମୟରେ ରାକେଶଙ୍କ ଗୋଡ ଖାଇଯାଇଥିଲା। ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ବହୁ ସମୟ ଖୋଜିବା ପରେ ତାଙ୍କ ମୃତ ଦେହ ଗଣ୍ଡ ଭିତରୁ ମିଳିଥିଲା। ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe