ବିନା ପ୍ରଫେସରରେ ଶରୀର ଗଠନ ପାଠ ପଢୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ: ଦେଢ ବର୍ଷ ହେଲା ଏସ୍‌ସିବି ଆନାଟୋମି ବିଭାଗ ପ୍ରଫେସର ଶୂନ୍ୟ

Advertisment

ପିଜି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଗବେଷଣା ପ୍ରଭାବିତ, ରାଜ୍ୟର ପ୍ରଥମ ପିଜି ପାଠ୍ୟକ୍ରମ ଖୋଲିଥିଲା ଏସ୍‌ସିବିରେ

ପିଜି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଗବେଷଣା ପ୍ରଭାବିତ, ରାଜ୍ୟର ପ୍ରଥମ ପିଜି ପାଠ୍ୟକ୍ରମ ଖୋଲିଥିଲା ଏସ୍‌ସିବିରେ

ସୁକିନ୍ଦାରେ ରାଜନୈତିକ ହିଂସା: ବିଜେଡି ସମର୍ଥକଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଯୁବକ ଗୁରୁତର

କଟକ: କଟକ ବଡ଼ ଡାକ୍ତରଖାନା ଶରୀର ଗଠନ (ଆନାଟୋମି) ବିଭାଗ। ଦେଢ ବର୍ଷରୁ ଅଧିକ ହେବ ଖାଲି ପଡିଛି ପ୍ରଫେସର ପଦ। ରାଜ୍ୟର ପ୍ରଥମ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲା ଯାଇଥିବା କଟକ ବଡ଼ ଡାକ୍ତରଖାନାରେ ଏବେ ଏହି ପ୍ରମୁଖ ବିଭାଗ ଦୟନୀୟ ସ୍ଥିତିରେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢାର ପ୍ରଥମ ସୋପାନ ଆରମ୍ଭ ହୋଇଥାଏ ଆନାଟୋମି ବିଭାଗରୁ। ରାଜ୍ୟର ମେଡିକାଲ କଲେଜ ସଂଖ୍ୟା ଯେତେ ବୃଦ୍ଧି ହେଲେ ବି ଡାକ୍ତରୀ ପାଠପଢା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହେଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। କେବଳ ଏହି ବିଭାଗ ନୁହେଁ ଦୀର୍ଘ ୨ ବର୍ଷରୁ ଅଧିକ ହେଲା ଏସ୍‌ସିବି ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରୋଇନୋଲୋଜି ସର୍ଜରି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଫେସର ପଦ ଖାଲି ପଡିଛି। ଏସ୍‌ସିବି ଭଳି ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ମେଡିକାଲ କଲେଜର ସ୍ଥିତି ଯଦି ଏମିତି, ରାଜ୍ୟରେ ନୂଆ ଖୋଲିଥିବା ମେଡିକାଲ କଲେଜର ସ୍ଥିତି କଣ ହୋଇଥିବ, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। ନୂଆ ମେଡିକା‌ଲ କଲେଜର ପଦ ପୂରଣ ପାଇଁ ଏସ୍‌ସିବିରେ ଏଭଳି ବିଶେଷଜ୍ଞ ସଙ୍କଟ ଉପୁଜି ଥିବା ବେଳେ ଦୀର୍ଘ ୫ ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିବା ଫଳରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଯଦିଓ କିଛି ଦିନ ତଳେ ନୂଆ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ଦିଆଯାଇଛି, ହେଲେ ତାହା ସମୁଦ୍ରକୁ ଶଙ୍ଖେ।

ଏସ୍‌ସିବି ଆନାଟୋମି ବିଭାଗରେ ଜଣେ ପ୍ରଫେସର ରହିବା କଥା। କିନ୍ତୁ ତାହା ଦେଢ ବର୍ଷରୁ ଅଧିକ ହେବ ଖାଲି ପଡିଛି। ଆସୋସିଏଟ୍‌ ପ୍ରଫେସର ୩ଜଣଙ୍କ ସ୍ଥାନରେ ୩ଜଣ ରହିଥିବାବେଳେ ୫ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୩ଜଣ ରହିଛନ୍ତି। ଏପଟେ ଡାକ୍ତରୀ ପାଠ୍ୟକ୍ରମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା‌ ପ୍ରଥମ ବର୍ଷ ପିଲାମାନେ ଏହି ବିଭାଗ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହି ବିଭାଗରେ ବିଶେଷଜ୍ଞ ମରୁଡି ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏପଟେ ପିଜି ପାଠ୍ୟକ୍ରମରେ ମଧ୍ୟ ୭ଟି ସିଟ୍‌ ରହିଛି। ତେଣୁ ପିଜି ଛାତ୍ରଛାତ୍ରୀ ବି ବିନା ପ୍ରଫେସରରେ ପଢୁଛନ୍ତି। କେବଳ ଏସ୍‌ସିବି ନୁହେଁ ଦନ୍ତ ମହାବିଦ୍ୟାଳୟର ପିଲା ମଧ୍ୟ ଏହି ବିଭାଗ ଉପରେ ନିର୍ଭରଶୀଳ। ତେଣୁ ଏସ୍‌ସିବି ଭଳି ରାଜ୍ୟର ପ୍ରମୁଖ ମେଡିକାଲ କଲେଜରେ ଆନାଟୋମି ବିଭାଗ ବିନା ପ୍ରଫେସରରେ ଚାଲିଥିଲେ ବି ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଆଖିବୁଜି ଦେବା ଘଟଣା ସମସ୍ୟାକୁ ଜଟିଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe