ବିଷାକ୍ତ ଖାଦ୍ୟ ଖାଇ ୫୦ ଜଣ ଅସୁସ୍ଥ ଘଟଣା: ହେମନ୍ତପୁରରେ ମେଡିକାଲ ଟିମ୍

Advertisment
ବିଷାକ୍ତ ଖାଦ୍ୟ ଖାଇ ୫୦ ଜଣ ଅସୁସ୍ଥ ଘଟଣା: ହେମନ୍ତପୁରରେ ମେଡିକାଲ ଟିମ୍

ଦଶରଥପୁର : ଦଶରଥପୁର ବ୍ଲକ୍‌ ଦତ୍ତପୁର ପଞ୍ଚାୟତ ହେମନ୍ତପୁର ଗ୍ରାମରେ ଏକ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଭୋଜି ଖାଇ ଗ୍ରାମର ୫୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏବେ ମଧ୍ୟ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଜଣ ଅସୁସ୍ଥ ବ୍ୟକ୍ତି ଥିବାବେଳେ ଅନ୍ୟମାନେ ଗାଁରେ ଚିକିତ୍ସା ହେଉଛନ୍ତି। ଆଜି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ପହଞ୍ଚି ହେମନ୍ତପୁରରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ସେହିପରି ଦଶରଥପୁର ବ୍ଲକ୍‌ ପକ୍ଷରୁ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ ଓ ମେଡିକାଲ ଟିମ ଉଦ୍ୟମରେ ଗାଁ ସଫେଇ, ବ୍ଲିଚିଂ ପକାଯିବା, ନଳକୂଅ ପାଣି ପରୀକ୍ଷା କରାଯିବା ସହ ଓଆରଏସ ପାଉଡର, ହାଲୋଜିନ ବଟିକା ଏବଂ ଥଣ୍ଡା, ଜ୍ୱର, ଝାଡ଼ାବାନ୍ତି ଔଷଧ ବଣ୍ଟନ କରାଯାଇଥିଲା। ୩ ଦିନ ଧରି ଗାଁରେ ସ୍ବାସ୍ଥ୍ୟ ଟିମ୍‌ କାର୍ଯ୍ୟ କରିବେ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିଡିଓ ନାରାୟଣ ଚନ୍ଦ୍ର ନାୟକ ହେମନ୍ତପୁର, ଦିହୁଡିସାହି ଗ୍ରାମରେ ପହଞ୍ଚି ଅସୁସ୍ଥ ପରିବାରକୁ ଭେଟିବା ସହିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe