ରାଉରକେଲା ବିମାନବନ୍ଦରରୁ ଧରାପଡ଼ିଲା ୬ ଜୀବନ୍ତ ଗୁଳି, ଅଭିଯୁକ୍ତ ଜଣେ ଔଷଧ ବ୍ୟବସାୟୀ

ରାଉରକେଲା ବିମାନବନ୍ଦରରୁ ଧରାପଡ଼ିଲା ୬ ଜୀବନ୍ତ ଗୁଳି, ଅଭିଯୁକ୍ତ ଜଣେ ଔଷଧ ବ୍ୟବସାୟୀ

ରାଉରକେଲା: ରାଉରକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ୬ଟି ଜୀବନ୍ତ ଗୁଳି ଧରାପଡ଼ିଛି। ଜୀବନ୍ତ ଗୁଳି ତାଙ୍କ ବ୍ୟାଗ୍‌ରେ ଥିଲା। ତେବେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନର୍‌ରେ ଏହା ଧରାପଡ଼ିଥିଲା। ସଂପୃକ୍ତ ଯାତ୍ରୀ ହେଉଛନ୍ତି ସହରର ଜଣେ ଔଷଧ ବ୍ୟବସାୟୀ। ତେବେ ଏନେଇ ଛେଣ୍ଡ୍‌ ଥାନାରେ କୌଣସି ମାମଲା ରୁଜୁ ହୋଇନି।

publive-image

ଆଜି ପୂର୍ବାହ୍ନରେ ସଂପୃକ୍ତ ଯାତ୍ରୀ ଜଣକ ଭୁବନେଶ୍ବର ଯିବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରେ ବ୍ୟାଗ୍‌ ତନଖି କରାଯାଇଥିଲା। ସିକ୍ୟୁରିଟି ସ୍କାନର୍‌ରେ ବ୍ୟାଗ୍‌ ଭିତରେ ଆପତ୍ତିଜନକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ଏଣୁ ସୁରକ୍ଷାକର୍ମୀ ବ୍ୟାଗ୍‌କୁ ଖୋଲି ଯାଞ୍ଚ୍‌ କରିଥିଲେ। ବ୍ୟାଗ୍‌ ଭିତରେ ୪ଟି ଫୁଟା ଓ ୨ଟି ଅଫୁଟା, ମୋଟ୍‌ ୬ଟି ଗୁଳିଥିବା ଜଣାପଡ଼ିଥିଲା। ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସଂପୃକ୍ତ ଯାତ୍ରୀଙ୍କ ସମେତ ଜବତ ଗୁଳିକୁ ଛେଣ୍ଡ ଥାନା ପୁଲିସ ଜିମା ଦେଇଥିଲେ। ରାଉରକେଲା ପୁଲିସର ବରିଷ୍ଠ ଅଧିକାରୀ ଛେଣ୍ଡ୍‌ ଥାନାରେ ପହଞ୍ଚି ପଚରାଉଚରା କରିଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଧେଶ୍ୟରେ ଯାତ୍ରୀ ଜଣକ ନିଜ ବ୍ୟାଗରେ ଜୀବନ୍ତ ଗୁଳି ନେଇ ଯାଉଥିଲେ ତା’ର ଖୋଳତାଡ଼ କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବ୍ୟାଗ୍‌ରୁ ୪ଟି ଜୀବନ୍ତ ଓ ୨ଟି ଖୋକା ଉଦ୍ଧାର କରାଯାଇଥିବା ସୂଚନା ମିଳିଥିବାବେଳେ ପୁଲିସ କିନ୍ତୁ ଏହାକୁ ଖଣ୍ଡନ କରିଛି। ଛେଣ୍ଡ୍‌ ପୁଲିସର ସୂଚନାନୁସାରେ, ଯାତ୍ରୀଙ୍କର ବନ୍ଧୁକ ଲାଇସେନ୍ସପ୍ରାପ୍ତ। ଗୋଟିଏ ପ୍ୟାକେଟ୍‌ରେ ୬ଟି ଜୀବନ୍ତ ଗୁଳି ରଖାଯାଇଥିଲା। ସେ ଭୁଲ୍‌ବଶତଃ ଗୁଳିଗୁଡ଼ିକ ବ୍ୟାଗ୍‌ରେ ଭର୍ତ୍ତି କରିଦେଇଥିଲେ। ଏଭଳି ଘଟଣା ଅନ୍ୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଷ କରାଯାଇଥିଲା। ବ୍ୟକ୍ତି ଜଣକ ଲାଇସେନ୍ସପ୍ରାପ୍ତ ଥିବାରୁ କୌଣସି ମାମଲା ରୁଜୁ ହୋଇନି। ବ୍ୟକ୍ତିଗତ ମୁଚାଳିକାକରେ ତାଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ ସୂଚନାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe