ବିଜେଡିରେ ମିଶିଲେ ମୀରା ପରିଡ଼ା

Advertisment
ବିଜେଡିରେ ମିଶିଲେ ମୀରା ପରିଡ଼ା

ଭୁବନେଶ୍ବର : ପ୍ରଥମ କିନ୍ନର ଭାବେ ଓଡ଼ିଶା କିନ୍ନର ସଂଘର ସଭାପତି ମୀରା ପରିଡ଼ା ଆଜି ବିଜେଡିରେ ମିଶିଛନ୍ତି। ମୀରା ଆଜି ତାଙ୍କର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ‌େସ ବିଜେଡିରେ ଯୋଗଦେଇଛନ୍ତି ବୋଲି ମୀରା କହିଛନ୍ତି।

ଅପରପକ୍ଷେ ଗତ କିଛି ଦିନ ହେଲା ମୀରା ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ମୀରା କହିଥିଲେ ଯେ, ବିଜେଡି ତାଙ୍କୁ ଟିକେଟ୍‌ ଦେଲେ ସେ ବେଗୁନିଆରୁ ନିର୍ବାଚନ ଲଢ଼ିବେ। ଆଜି ସେ ବିଜେଡିରେ ମିଶିଥିବାରୁ ବେଗୁନିଆରେ କିଏ ପ୍ରାର୍ଥୀ ହେବ ସେନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଲାଣି। ବିଜେଡି ଲୋକସଭାରେ ୩୩% ସିଟ୍‌ରେ ମହିଳା ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ କିନ୍ନରମାନଙ୍କୁ ବି ନିର୍ବାଚନରେ ପ୍ରାର୍ଥୀ କରିବାକୁ କିନ୍ନରମାନେ ଦାବି କରୁଥିଲେ। ନିକଟରେ ବହୁଜନ ସମାଜବାଦୀ ପାର୍ଟି କୋରେଇରେ କାଜଲ କିନ୍ନରଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିବାବେଳେ ଏବେ ବିଜେଡି ମୀରାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe