ଶୃଙ୍ଖଳିତ ନୀତି ପାଇଁ ବୈଠକ: କିଏ ଜଗିବେ କେଉଁ ରଥ

ପ୍ରତ୍ୟେକ ରଥ ପାଇଁ ସ୍ବତନ୍ତ୍ର ଶୋଧ ଦଳ ଗଠନ କରାଯାଇଛି। ତା’ ସହିତ ଶ୍ରୀମନ୍ଦିର ପ୍ରଶାସନ, କର୍ମଚାରୀ, ମହାରଣା, କମାର, ଭୋଇଙ୍କୁ ନେଇ ନିର୍ଦ୍ଦେଶକ ଓ ବୈଷୟିକ ଦଳ ଗଠନ କରାଯାଇଛି। ଏହି ଦଳ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥଟଣା ସମୟରେ ଆବଶ୍ୟକ ପରାମର୍ଶ ଦେବେ।

sfsfsfxcxc

ପୁରୀ: ପ୍ରତ୍ୟେକ ରଥ ପାଇଁ ସ୍ବତନ୍ତ୍ର ଶୋଧ ଦଳ ଗଠନ କରାଯାଇଛି। ତା’ ସହିତ ଶ୍ରୀମନ୍ଦିର ପ୍ରଶାସନ, କର୍ମଚାରୀ, ମହାରଣା, କମାର, ଭୋଇଙ୍କୁ ନେଇ ନିର୍ଦ୍ଦେଶକ ଓ ବୈଷୟିକ ଦଳ ଗଠନ କରାଯାଇଛି। ଏହି ଦଳ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥଟଣା ସମୟରେ ଆବଶ୍ୟକ ପରାମର୍ଶ ଦେବେ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭକ୍ତ ନିବାସରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ନନ୍ଦିଘୋଷ ରଥର ଶୋଧଦଳରେ ଜିଲ୍ଲାପାଳ, ନୀତି ପ୍ରଶାସକ, ସିଟି ଡିଏସ୍‌ପିଙ୍କ ସମେତ ୮ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ୧୧ଜଣ ଓ ବୈଷୟିକ ଦଳରେ ୪ ଜଣ ଅଛନ୍ତି। ତାଳଧ୍ବଜ ଶୋଧଦଳରେ ଏସ୍‌ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ, ଉପଜିଲ୍ଲାପାଳଙ୍କ ସମେତ ୯ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ୧୦ ଜଣ ଓ ବୈଷୟିକ ଦଳରେ ୪ ଜଣ ରହିଛନ୍ତି। ଦର୍ପଦଳନ ଶୋଧଦଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍‌ପିଙ୍କ ସମେତ ୮ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ଭୋଇ ସର୍ଦ୍ଦାରଙ୍କ ସମେତ ୧୨ ଜଣ ଓ ବୈଷୟିକ ଦଳରେ ୪ ଜଣ ରହିଛନ୍ତି। ଶୋଧଦଳ ସମ୍ପୃକ୍ତ ରଥର ଚାରମାଳ ତଳେ ରହି ଦଳରେ ଥିବା ଶ୍ରୀମନ୍ଦିର ପୁଲିସ ସ‌ହାୟତାରେ ସେବକମାନଙ୍କୁ ଚିହ୍ନଟ କରିବେ। ଯଦି କୌଣସି ଅନଧିକୃତ ବ୍ୟକ୍ତି ରଥରେ ଚଢ଼ିବାକୁ ଉଦ୍ୟମ କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପହଣ୍ଡି ପରେ ପ୍ରଥମ ଶୋଧ, ଚିତାଲାଗି ପରେ ଦ୍ୱିତୀୟ ଶୋଧ ଓ ଛେରାପହଁରା ପରେ ତୃତୀୟ ଶୋଧ କରାଯିବ। ଏସବୁରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe