ସୁରକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପାଇଁ ଚାନ୍ଦିପୁରରେ ବୈଠକ

ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛିଦିନ ହେବ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସମ୍ଭାବିତ ସ୍ଥିତି ନେଇ ଡିଆରଡିଓ ଦ୍ବାରା ଏହି ବୈଠକ ଡକାଯାଇଥିଲା।

Meeting in Chandipur

Meeting in Chandipur Photograph: (sambad.in)

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର) ପରିସରରେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛିଦିନ ହେବ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସମ୍ଭାବିତ ସ୍ଥିତି ନେଇ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ଏହି ବୈଠକ ଡକାଯାଇଥିଲା। ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସପି ଓ ଥାନାଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ।

ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲିଥିବାରୁ ଓଡିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହି। ଏଠାରେ ରହିଥିବା ପ୍ରତିରକ୍ଷା ବିଭାଗର ବଡ଼ବଡ଼ ପ୍ରତିଷ୍ଠାନ ସବୁ ରହିଛି। ତେଣୁ ଏସବୁର ସୁରକ୍ଷା ପାଇଁ କଡ଼ାକଡ଼ି କରାଯାଇଛି। କେଉଁଭଳି ରଣନୀତି ଆମେ ନେବା ଦରକାର ତା’ ଉପରେ ଆଲୋଚନା ହୋଇଛି। ହୁଏତ ଶତ୍ରୁ ନିଜରରେ ଆଗକୁ ଏସବୁ  ସ୍ଥାନ ରହିପାରେ, ଏହାକୁ ଦୃଷ୍ଟିରେ ରଖି ଆଜିର ଏହି ବୈଠକ ବୋଲି ସୂଚନା ରହିଛି। 

ବତ୍ତର୍ମାନ ସାରା ଦେଶ ପାଇଁ ଏକ ସମ୍ବେଦନଶୀଳ ସମୟ ଚାଲିଥିବାରୁ ଓଡିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହି। ଏଠାରେ ରହିଥିବା ପ୍ରତିରକ୍ଷା ବିଭାଗର ବଡ଼ବଡ଼ ପ୍ରତିଷ୍ଠାନ ସବୁ ରହିଛି। ତେଣୁ ଏସବୁର ସୁରକ୍ଷା ପାଇଁ କଡ଼ାକଡ଼ି କରାଯାଇଛି।

ପ୍ରତିରକ୍ଷା କଥା ଯଦି କହିବା, ଓଡ଼ିଶାରେ ଚାନ୍ଦିପୁର ବ୍ୟତୀତ ଆହୁରି ‌ଅନେକ ଜାତୀୟ ପ୍ରତିଷ୍ଠାନ ରହିଛି, ଯାହାକୁ ଏବେ ସୁରକ୍ଷା ବଳୟରେ ରଖାଯାଇଛି। ଏଥିରେ ହୀରାକୁଦ ଡ୍ୟାମ, ସୁନାବେଡ଼ାର ହାଲ୍‌, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, କଟକର ଚାରିବାଟିଆ, ବଲାଙ୍ଗୀର ଜିଲ୍ଲା ସଇଁତଳାର ଗୋଲାବାରୁଦ କାରଖାନା ଏଥିରେ ସାମିଲ ରହିଛି।

ଅନ୍ୟପଟରେ ଶ୍ରତୁ ପକ୍ଷରୁ ପ୍ରତିଟି ଆକ୍ରମଣାତ୍ମକ ପଦକ୍ଷେପକୁ ଯେପରି ପ୍ରତିହତ କରିହେବ ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ଅଛନ୍ତି। ଏଥି ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଏନେଇ କହିଛନ୍ତି । ମୁଖ୍ୟତଃ! ଓଡିଶାରେ ଯଦିଓ ଆତଙ୍କବାଦ ଆଶଙ୍କା ନାହିଁ କିନ୍ତୁ ଯେହେତୁ ଏଠାରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଗୁଡ଼ିକ ଥିବାରୁ ଆକ୍ରମଣର ଟାର୍ଗେଟରେ ଶତ୍ରୁ ରଖିଥାଇପାରେ। ତେଣୁ ଏବେ ଏସବୁ ସ୍ଥାନ ପାଇଁ ସୁରକ୍ଷାସ୍ତର ସୃଷ୍ଟି କରିବାକୁ ବିଚାର ବିମର୍ଷ ହେଉଛି। 

 Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe