ରା.ଉଦୟଗିରି: ନୂଆଗଡ଼ ବ୍ଲକ୍ର ଖଜୁରୀପଦା ଠାରେ ଜୀବନ ବିନ୍ଦୁ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ସଭାପତି ଏନୁସ ରଇତଙ୍କ ଦ୍ବାରା ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ସମେତ ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବି ତଥା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ଦଳୀୟ କର୍ମୀଙ୍କ ଦ୍ଵାରା ଆୟୋଜିତ ଏଭଳି ବୈଠକ ପ୍ରତ୍ୟେକ ବୁଥରେ ଅନୁଷ୍ଠିତ ହେବ। ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ | ସ୍ବପ୍ନକୁ ସାକାର କରିବାକୁ ହେଲେ ପ୍ରତ୍ୟେକ କ୍ୟାମ୍ପରୁ ୫୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ସାଂସଦ ଚନ୍ଦ୍ରଶେଖର ସାହୁ ମତ ଦେଇଥିଲେ।
ପ୍ରସ୍ତୁତି ବୈଠକରେ ଚନ୍ଦ୍ରଶେଖର ସାହୁଙ୍କ ଯୋଗଦାନ
Advertisment
Follow Us