ଚର୍ଚ୍ଚାରେ ୭ ବିଜେଡି ନେତାଙ୍କ ମେଳି

Advertisment

ବିଜେଡିରେ ବରିଷ୍ଠ ନେତାମାନଙ୍କ ବୟାନବାଜିରେ ଲଗାମ ଲାଗୁ ନଥିଲା ବେଳେ ଆଜି ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଦଳର ସାତ ଜଣ ପରାଜିତ ପ୍ରାର୍ଥୀ ଭୁବନେଶ୍ବରରେ ଏକାଠି ବସିଥିବାର ଏକ ଫଟୋ ଭାଇରାଲ୍‌ ହୋଇଛି।

ବିଜେଡିରେ ବରିଷ୍ଠ ନେତାମାନଙ୍କ ବୟାନବାଜିରେ ଲଗାମ ଲାଗୁ ନଥିଲା ବେଳେ ଆଜି ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଦଳର ସାତ ଜଣ ପରାଜିତ ପ୍ରାର୍ଥୀ ଭୁବନେଶ୍ବରରେ ଏକାଠି ବସିଥିବାର ଏକ ଫଟୋ ଭାଇରାଲ୍‌ ହୋଇଛି।

hgfkhkhkfhk

ଭୁବନେଶ୍ବର: ବିଜେଡିରେ ବରିଷ୍ଠ ନେତାମାନଙ୍କ ବୟାନବାଜିରେ ଲଗାମ ଲାଗୁ ନଥିଲା ବେଳେ ଆଜି ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଦଳର ସାତ ଜଣ ପରାଜିତ ପ୍ରାର୍ଥୀ ଭୁବନେଶ୍ବରରେ ଏକାଠି ବସିଥିବାର ଏକ ଫଟୋ ଭାଇରାଲ୍‌ ହୋଇଛି। ଏମାନେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଏକାଠି ହୋଇଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଥିଲା ବେଳେ ଏମାନଙ୍କ ମେଳି ପଛରେ କିଛି ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ଜୋର୍‌ ଧରିଛି। 

ଖାରବେଳନଗରର ଏକ ହୋଟେଲ୍‌ରେ ଏକାଠି ହୋଇଥିବା ଏହି ପୂର୍ବତନ ବିଧାୟକମାନେ ହେଲେ ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ମହାରଥୀ, ଦେବେଶ ଆଚାର୍ଯ୍ୟ ଓ ଅଂଶୁମାନ ମହାନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲା ବେଳେ ସମ୍ବିତଙ୍କ ପତ୍ନୀ ପ୍ରାର୍ଥୀ ହୋଇ ହାରିଥିଲେ। ଏମାନଙ୍କ ଭିତରେ ଆଉ ଏକ ସାମଞ୍ଜସ୍ୟ ହେଲା ସମସ୍ତେ ପାରିବାରିକ ସୂତ୍ରରେ ରାଜନୀତିକୁ ଆସିଛନ୍ତି। ବାପାଙ୍କ ପରେ ଉତ୍ତରାଧିକାରୀ ସୂତ୍ରରୁ ପୁଣି ଦଳୀୟ ଟିକେଟ ପାଇଁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ଅଧିକାଂଶ ଜାଗାରେ ପାରିବାରିକ ରାଜନୀତିକୁ ଭୋଟରମାନେ ନାପସନ୍ଦ କରିଥିଲା ବେଳେ ଏମାନେ ସମସ୍ତେ ବି ଚିତପଟ୍ଟାଙ୍ଗ ମାରିଥିଲେ। କିନ୍ତୁ ନିର୍ବାଚନର ଚାରି ମାସ ପରେ ହଠାତ କ’ଣ ଆବଶ୍ୟକ ପଡ଼ିଲା ଯେ ସମସ୍ତେ ଏକାଠି ହେଲେ, ତାହା ରହସ୍ୟଜନକ ହୋଇପଡ଼ିଛି। 

ସେମାନେ ବସିଥିବାର ଫଟୋ କେହି ଅଜାଣତରେ ଉଠାଇ ଭାଇରାଲ୍‌ କରିନି। ସମସ୍ତେ ଫଟୋ ପାଇଁ ପୋଜ୍ ଦେଇଛନ୍ତି। ଆଉ ସେମାନଙ୍କ ଜାଣତରେ ହିଁ ଫଟୋ ବାହାରକୁ ଯାଇଥିବା ଜଣାପଡ଼ିଛି। ତେଣୁ ସେମାନେ ଏକାଠି ହୋଇଛନ୍ତି ବୋଲି ସମସ୍ତଙ୍କୁ ଜଣାଇବାକୁ ହିଁ ଚାହିଛନ୍ତି। ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଥିଲା ବେଳେ ଏମାନେ ମେଳି କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ମେଳି ସମ୍ପର୍କରେ କେବଳ ସମ୍ବିତ ରାଉତରାୟ ଗଣମାଧ୍ୟମରେ ମୁହଁ ‌ଖୋଲିଛନ୍ତି। ସେ କହିଛନ୍ତି, ‘ଏହା ବିଦ୍ରୋହୀ ମେଳି ନୁହେଁ ଲିଗାସି ମେଳି। ବିଜୁ ଲିଗାସିମାନେ ଏକତ୍ର ହେବା ପାଇଁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ନିର୍ବାଚନ ପରେ ଆମେ ସବୁ ଏକାଠି ହୋଇ ନଥିଲୁ। ତେଣୁ ଏକାଠି ବସି ଜଳଖିଆ ଖାଇଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe