ପିସିସି ପରିବର୍ତ୍ତନ ପ୍ରସଙ୍ଗ: ଜଣଜଣ କରି ନେତା ଓ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି କଂଗ୍ରେସ ପ୍ରଭାରୀ

ପିସିସି ପରିବର୍ତ୍ତନ ପ୍ରସଙ୍ଗ: ଜଣଜଣ କରି ନେତା ଓ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି କଂଗ୍ରେସ ପ୍ରଭାରୀ

Odisha Bytes

ଭୁବନେଶ୍ବର: କଂଗ୍ରେସ ଭବନରେ ପିସିସି ପରିବର୍ତ୍ତନ ନେଇ ରାଜଧାନୀରେ ବୈଠକ ଆରମ୍ଭ ହୋଇଛି। ଦଳର ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ ଜଣଜଣ କରି ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ବ୍ୟତୀତ,  ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ  ଉପସ୍ଥିତ ଥିବା ଜଣାଯାଇଛି। ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଏନେଇ ଆଲୋଚନା ଚାଲିଥିଲା।

ଏହାପରେ ଦଳର କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପ୍ରଭାରୀଙ୍କ ସହ ପ୍ରାୟ ୩୦ ମିନିଟ୍ ୱାନ ଟୁ ୱାନ ଆଲୋଚନା ପରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି, ଯାହା ଗଣମାଧ୍ୟମ ଆଗରେ କହି ହେବନି। କିନ୍ତୁ ପ୍ରଭାରୀ ଉଭୟଙ୍କ ପକ୍ଷ ଶୁଣୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe