ରଥଯାତ୍ରା ଲାଗି ହୋଟେଲ ମାଲିକଙ୍କ ସହ ଜିଲ୍ଲା ପୁଲିସର ଆଲୋଚନା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

Advertisment
ରଥଯାତ୍ରା ଲାଗି ହୋଟେଲ ମାଲିକଙ୍କ ସହ ଜିଲ୍ଲା ପୁଲିସର ଆଲୋଚନା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ: ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ କୁହାଯାଇଛି।

ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ବି ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଥାନା ଅଧିକାରୀ ହୋଟେଲ ମାଲିକମାନଙ୍କର ଏକ ହ୍ବାଟସଅପ୍ ଗ୍ରୁପ୍ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନଙ୍କ ଲାଗି ଏକ ହେଲ୍ପ ଲାଇନ୍ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି ଏବଂ ଏହା ପ୍ରତି ହୋଟେଲ, ଲଜର ରିସେପସନ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ। ସିଟି ଡିଏସପି ଜେ ଏନ୍ ପାଢ଼ୀ ପର୍ଯ୍ୟଟକମାନଙ୍କ ସମସ୍ୟାସମ୍ବଳିତ ପ୍ରସଙ୍ଗ ଲାଗି ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe