ପୁରୀ: ବାତ୍ୟା କ୍ଷୟକ୍ଷତି ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ବାତ୍ୟା କ୍ଷୟକ୍ଷତି ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ବାତ୍ୟା ‘ଫନି’ ପରେ କ୍ଷୟକ୍ଷତି ଆକଳନ ନେଇ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହୋଇଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି। ଏଥି ସହିତ ବୈଠକରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ଆଲୋଚନା ହୋଇଛି। ବଲଓ୍ଵନ୍ତ ସିଂହ ଜିଲ୍ଲାପାଳ ଭାବେ ପ୍ରଥମ ଥର ପାଇଁ ବୈଠକରେ ଯୋଗଦେଇଛନ୍ତି।

ବୈଠକ ପୂର୍ବରୁ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସୂଚନାଯୋଗ୍ୟ ଚଳିତ ବର୍ଷ ଜୁନ୍‌ ୧୭ରେ ଦେବସ୍ନାନ ପୂର୍ଣ୍ଣିମା ହେବ। ସେହିଭଳି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୪ରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe