ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ: ସଅଳ ନୀତି, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ବ

Advertisment

ରତ୍ନଭଣ୍ଡାର ଯାଞ୍ଚ ବେଳେ ଦଇତାପତିଙ୍କ ସହଯୋଗ ଲୋ‌ଡ଼ା

ରତ୍ନଭଣ୍ଡାର ଯାଞ୍ଚ ବେଳେ ଦଇତାପତିଙ୍କ ସହଯୋଗ ଲୋ‌ଡ଼ା

ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ: ସଅଳ ନୀତି, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ବ

ପୁରୀ: ଶ୍ରୀନଅରକୁ ଆଜି ରାଜପ୍ରସାଦ ବିଜେ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜାଙ୍କୁ ରୁପା ଥାଳିରେ ଶ୍ରୀଅଙ୍ଗ କରାଳ, ଚନ୍ଦନ, ପଇତା ଆଦି ନେଇ ଶ୍ରୀଜିଉଙ୍କ ସୁସ୍ଥତା ସୂଚନା ଦେଇଛନ୍ତି ପତି ମହାପାତ୍ର, ଦଇତାପତି ଓ ଅନ୍ୟ ସେବକ। ରାଜଗୁରୁମାନେ ରାଜପ୍ରସାଦ ଗଜପତିଙ୍କ ମସ୍ତକ ଛୁଆଁଇଛନ୍ତି। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ସଂପର୍କରେ ସେବକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ସୂଚନା ପାଇବା ପରେ ଗଜପତି ମହାରାଜା ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କରିବାକୁ ଦଇତାପତି ସେବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଚଳିତବର୍ଷ ଗୋଟିଏ ଦିନରେ ଉଭାଯାତ୍ରା, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଥିବାରୁ ଗଜପତି ମହାରାଜା ସଅଳ ନୀତିକାନ୍ତି କରିବାକୁ ପରାମର୍ଶ ଦେଇଥିଲେ।

ସଅଳ ନୀତିକାନ୍ତି ହେଲେ, ପହଣ୍ଡିଠାରୁ ଆରମ୍ଭ କରି ରଥଟଣା, ସବୁ ସଅଳ ହେବ ଓ ଭକ୍ତ ବି ଭଲରେ ଦର୍ଶନ କରିପାରିବେ ବୋଲି ଗଜପତି ପରାମର୍ଶ ଦେଇଥିଲେ। ଏଣୁ ନୀତି ନିର୍ଘଣ୍ଟର ଘଣ୍ଟାଏ ଅବା ଦୁଇଘଣ୍ଟା ପୂର୍ବରୁ ସମସ୍ତ ନୀତି କରିବାକୁ ଗଜପତି ପରାମର୍ଶ ଦେଇଥିଲେ। ଚଳିତବର୍ଷ ଭକ୍ତମାନେ ଯେଭଳି ସକାରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଉପରେ ଗୁରୁତ୍ବ ଦେଇଥିଲେ। ନୀତି ଶୃଙ୍ଖଳା ସହ ଭକ୍ତଙ୍କ ଦର୍ଶନରେ ଯେଭଳି ବିଘ୍ନ ନ ‌ଘଟେ ସେ ଦିଗକୁ ଯଥେଷ୍ଟ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗଜପତି ରତ୍ନଭଣ୍ଡାର ସଂପର୍କରେ ଆଲୋଚନା କରିଥିଲେ। ରତ୍ନଭଣ୍ଡାର କିଭଳି ଖୋଲିବ ଓ ରତ୍ନ ଅଳଙ୍କାର କିଭଳି ଗଣତି ଓ ମଣତି ହେବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। କିନ୍ତୁ ଏହି ସମୟରେ ସମସ୍ତ ସେବକ ସହଯୋଗ କରିବାକୁ ଗଜପତି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe