ପାଠ୍ୟକ୍ରମ ପାଇଁ ଲୋଡ଼ାଯିବ ଭାଷାବିତ୍‌ଙ୍କ ମତାମତ

Advertisment

ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ ନେଇ ବୈଠକ, ଡିଜାଇନ୍ ପାଇଁ ନିୟୋଜିତ ହେବେ ସ୍ଥପତି

ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ ନେଇ ବୈଠକ, ଡିଜାଇନ୍ ପାଇଁ ନିୟୋଜିତ ହେବେ ସ୍ଥପତି

ପାଠ୍ୟକ୍ରମ ପାଇଁ ଲୋଡ଼ାଯିବ ଭାଷାବିତ୍‌ଙ୍କ ମତାମତ

ଭୁବନେଶ୍ବର : ସତ୍ୟବାଦୀରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ କିପରି ଡିଜାଇନ୍‌ରେ ନିର୍ମାଣ ହେବ, ଏଥିରେ ଓଡ଼ିଶାର କଳା ସଂସ୍କୃତିର ଛାପ କିପରି ରହିବ, ଯଥା ସମ୍ଭବ ଶୀଘ୍ର ଯେପରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଯେଉଁ ଯେଉଁ ବିଷୟ ପାଠ ପଢ଼ା ହେବ ସେଥିରେ କ’ଣ ପାଠ୍ୟକ୍ରମ ରହିବ ସେନେଇ ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟ ଯନ୍ତ୍ରୀ ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ଥାପତ୍ୟ ‌ଦୃଷ୍ଟିକୋଣରୁ ଏହି ବିଶ୍ବବିଦ୍ୟାଳୟ ଭିନ୍ନ ହେବାକୁ ଥିବାରୁ ଏଥିପାଇଁ ଜଣେ ବିଶିଷ୍ଟ ସ୍ଥପତିଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯିବ। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା, ବକୁଳବନର ଇତିହାସକୁ ନଜରରେ ରଖି ଏହି ବିଲଡିଂ ନିର୍ମାଣ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୯ତାରିଖରେ ବିଶ୍ବବିଦ୍ୟାଳୟର ଶିଳାନ୍ୟାନସ କରିଥିବାରୁ ଯଥାସମ୍ଭବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ଆରମ୍ଭ କରିବାକୁ ପୂର୍ତ୍ତ ସଚିବଙ୍କ କୁହାଯାଇଛି। ବିଶ୍ବବିଦ୍ୟାଳୟ ପ୍ରାୟ ୨୫ଏକର ଜମିରେ ନିର୍ମାଣ ହେବାକୁ ଥିବାବେଳେ ଜିଲ୍ଲାପାଳ ଏହି ଜମିକୁ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରିବା ନେଇ ପଦ‌େକ୍ଷପ ନେବାକୁ କୁହାଯାଇଛି।

ଓଡ଼ିଆ ବିଶ୍ବବିଦ୍ୟାଳୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୦ଟି ବିଷୟରେ ପଢ଼ା ଆରମ୍ଭ ହେବାକୁ ଥିବାବେଳେ ଏହାର ପାଠ୍ୟକ୍ରମ କ’ଣ ରହିବ, ପାଠ୍ୟକ୍ରମଗୁଡ଼ିକ କିପରି ସମୟଉପଯୋଗୀ ହେବ, ବର୍ତ୍ତମାନର ଯୁବପିଢ଼ିଙ୍କୁ ଆକର୍ଷଣ କରିବ, ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବ ସେନେଇ ଭାଷାବିତ୍‌ଙ୍କ ଠାରୁ ମତାମତ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଓଡ଼ିଆ ଅଧ୍ୟୟନ ଓ ଗ‌େବଷଣା ସଂସ୍ଥାର ଅଧ୍ୟକ୍ଷ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାଷାବିତ୍‌ମାନଙ୍କ ତାଲିକା ପ୍ରସ୍ତୁତ କରି ନିଷ୍ପତ୍ତି ନେବାକୁ କୁହାଯାଇଛି।

ଆଜିର ‌ବୈଠକରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଅଶୋକ କୁମାର ଦାସ, ଓଡ଼ିଆ ଅଧ୍ୟୟନ ଓ ଗ‌େବଷଣା ସଂସ୍ଥାର ଅଧ୍ୟକ୍ଷ ଦେବୀ ପ୍ରସନ୍ନ ପଟ୍ଟନାୟକ, ଉଚ୍ଚଶିକ୍ଷା ବିଭାଗର ଓଏସ୍‌ଡି ପି.କେ ଦାଶ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe