କେନ୍ଦ୍ରାପଡ଼ା-ଜଗତସିଂହପୁର-ପୁରୀରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ନେଇ ଉଦ୍ୟମ ଆର‌ମ୍ଭ

ଓଡ଼ିଶାରେ ଜଳ ନିୟନ୍ତ୍ରଣ ଏବଂ ନଦୀ ଓ ନଦୀ ଉପତ୍ୟାକାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବରଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

କେନ୍ଦ୍ରାପଡ଼ା-ଜଗତସିଂହପୁର-ପୁରୀରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ନେଇ ଉଦ୍ୟମ ଆର‌ମ୍ଭ

ବାରିପଦା: ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଉତ୍ତମ ଜଳ ପରିଚାଳନା, ନଦୀ ଏବଂ ନଦୀ ଉପତ୍ୟକାର ବିକାଶ ତଥା ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଭଳି ଉପକୁଳବର୍ତ୍ତୀ ଜିଲ୍ଲାରେ ମହାନଦୀର ଅବବାହିକାର ବିକାଶ ଏବଂ ସ୍ଥାୟୀ ପ୍ରତିକାର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି।

ମହାନଦୀ ଅବବାହିକାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ନିମ୍ନ ଅଞ୍ଚଳରେ ଥିବା ଜନବସତି ବିଗତ ୫୦ ବର୍ଷ ଧରି ବନ୍ୟା, ଲଘୁଚାପଜନିତ ଅତିବୃଷ୍ଟି, ବାତ୍ୟାଜନିତ ବୃଷ୍ଟି ଆଦି ଫଳରେ ବ୍ୟାପକ କ୍ଷତିଗସ୍ତ ହୋଇଆସୁଛନ୍ତି। ମାତ୍ରାଧିକ ଜଳପ୍ଳାବନ କାରଣରୁ ଉକ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ସହିତ ମାସ ମାସ ଧରି ଜଳବୁଡ଼ି ହୋଇ ରହୁଛି। ଖରିଫ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଉଥିବାବେଳେ ରବି ଫସଲ ନିମନ୍ତେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି। ତେଣୁ ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କେନ୍ଦ୍ର ଜଳଶକ୍ତି ବିଭାଗର ସଚିବ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆଲୋଚନା କରିଛନ୍ତି।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ତାଙ୍କ ଝାଡ଼ଖଣ୍ଡ ଗସ୍ତ ଅବସରରେ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସହିତ ସୁବର୍ଣ୍ଣରେଖା ପ୍ରକଳ୍ପର ଚାନ୍ଦିଲ ଡ୍ୟାମ୍‌କୁ ନେଇ ଆଲୋଚନା କରିଥିଲେ। ଏହାର ସମାଧାନ ନିମନ୍ତେ ଉକ୍ତ ସ୍ଥାନ ଗସ୍ତ କରି ଓଡ଼ିଶା ଏବଂ ଝାଡ଼ଖଣ୍ଡ ସରକାରଙ୍କ ସହିତ ମିଳିତ ଭାବେ ଆଲୋଚନା କରି ତୁରନ୍ତ ସମାଧାନ କରିବା ନିମନ୍ତେ ନିଜ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe