ସମ୍ବାଦ-ଆମ ଓଡ଼ିଶା ଓ ହିଞ୍ଜିଳିକାଟୁ ପୁଲିସ ସମିତିର ମେଗା ରକ୍ତଦାନ ଶିବିର, ୨୫୫ ୟୁନିଟ୍ ରକ୍ତ ସଂଗ୍ରହ

Advertisment
ସମ୍ବାଦ-ଆମ ଓଡ଼ିଶା ଓ ହିଞ୍ଜିଳିକାଟୁ ପୁଲିସ ସମିତିର ମେଗା ରକ୍ତଦାନ ଶିବିର, ୨୫୫ ୟୁନିଟ୍ ରକ୍ତ ସଂଗ୍ରହ

ବ୍ରହ୍ମପୁର/ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପରିସରରେ ଥାନାଧିକାରୀ ଅଭିମନ୍ୟୁ ଦାଶଙ୍କ ତତ୍ତ୍ବାବଧାନରେ ଆମ ପୁଲିସ ସମିତି ଓ ସମ୍ବାଦ- ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ହିଞ୍ଜିଳି ସମ୍ବାଦ ପ୍ରତିନିଧି ଦ୍ୱିତୀକୃଷ୍ଣ ସାବତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ଡିଆର୍‌ଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଆସିକା ଏସ୍‌ପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗଂଜାମ ଏସ୍.ପି ବ୍ରିଜେଶ କୁମାର ରାୟଙ୍କ ପ୍ରେରଣା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ, ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଧରକୋଟ ଥାନାଧିକାରୀ ପ୍ରମୁଖ ରକ୍ତଦାତାକୁ ଉତ୍ସାହିତ କରିଥିଲେ।

publive-image

ଅନୁଷ୍ଠିତ ଶିବିରରେ ପୂର୍ବତନ ଉପନଗଳପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୁବନେତା ସମାଜସେବୀ ସଞ୍ଜୟ ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ଉପନଗରପାଳ ସୁବାସ ପୋଲାଇ, ଯୁବନେତା ଅଜୟ ମହାରଣା, ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଆସ୍କା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ, ଯୁବ ବ୍ଲକ ସଭାପତି ମନୋଜ ସାବତ, ଡି.ବିଶ୍ଵନାଥ,ପିଣ୍ଟୁ ପଟ୍ଟନାୟକ, ସମ୍ବାଦ ବ୍ରହ୍ମପୁର ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା ଓ ବ୍ରହ୍ମପୁର ସହର ପ୍ରତିନିଧି ଜ୍ଞାନ୍‌ଚାନ୍ଦ୍ ଜଗନ୍ନାଥଙ୍କ ସମେତ ପ୍ୟାରୀ ପାଢ଼ୀ, ରିଙ୍କୁ ପଣ୍ଡା, ଜିତୁ ସ୍ୱାଇଁ, ଦୁର୍ଗା ମାଧବ ପାଢ଼ୀ, କାହ୍ନା ପଣ୍ଡା, ବରିଷ୍ଠ ବିଜେପି ନେତା ଦେବାନନ୍ଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ, ପୋଚିଲିମା ସରପଞ୍ଚ ଭି.ରବୀନ୍ଦ୍ର, ଲଡୁ କିଶୋର ବେହେରା, ମାଧବ ଗୌଡ଼, ମଙ୍ଗୁଲୁ ପୃଷ୍ଟି, ଯୁବ ସାମ୍ବାଦିକ ନୀଳାଞ୍ଚଳ ସାହୁ, ବିଦ୍ୟାଧର ପାଣିଗ୍ରାହୀ, ପ୍ରିୟଦର୍ଶୀ ପଟ୍ଟନାୟକ, ଆକାଶ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ରଜନୀକାନ୍ତ ପାତ୍ର, ପବିତ୍ର ପାତ୍ର, ବିଶ୍ବମ୍ବର ସାହୁ , ଡାକ୍ତର ସୁମିତ୍ରା ବେହେରା, ଡ଼ାକ୍ତର ପ୍ରତିଭା ପାତ୍ର, ଗୋପାଳକୃଷ୍ଣ ପଣ୍ଡା, ପ୍ରଦୀପ କୁମାର ସୁବୁଦ୍ଧି, ଲକ୍ଷ୍ମୀ ମାଝୀ, ଜୀବନାନନ୍ଦ ପଟ୍ଟନାୟକ , ବିନାୟକ ପଟ୍ଟନାୟକ, ପପୁ ପଣ୍ଡା, ଅବନୀ ପଟ୍ଟନାୟକ, ଚନ୍ଦନ ପାତ୍ର, ଶିବା ପାତ୍ର, ସନ୍ତୋଷ ପ୍ରଧାନ, ପିଣ୍ଟୁ ସ୍ୱାଇଁ, ସାଧୁ ସ୍ୱାଇଁ, ସୁନୀଲ ସେଠି, ସୁନୀଲ ପଟ୍ଟନାୟକ, ସୁନୀଲ ଷଡଙ୍ଗୀ, ପୂର୍ଣ୍ଣ ଗୌଡ଼, ଆଲୋକ କୁମାର ନାୟକ , ଅନିଲ ମହାପାତ୍ର, ବିଦେଶୀ ବିଷୋୟୀ, ରବୀନ୍ଦ୍ର ବିଷୋୟୀ, ପ୍ରଭାତ ମହାରଣା, କେଶବ ମହାରଣା, କାହ୍ନା ଗୌଡ଼ ଓ ଦୁର୍ଗା ପାଢ଼ୀ ସମେତ ସମସ୍ତ ପୁଲିସ କର୍ମଚାରୀ ହିଞ୍ଜିଳି ଅଞ୍ଚଳର ଜନସାଧାରଣ ଶିବିରକୁ ସହଯୋଗ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe