ଜାତୀୟ ଭାରୋତ୍ତୋଳନରେ ମେହାଙ୍ଗିନୀଙ୍କୁ ୪ ସ୍ବର୍ଣ୍ଣ

ଜାତୀୟ ଭାରୋତ୍ତୋଳନରେ ମେହାଙ୍ଗିନୀଙ୍କୁ ୪ ସ୍ବର୍ଣ୍ଣ

ଆନନ୍ଦପୁର : ଜାତୀୟ ସବ ଜୁନିଅର ଏବଂ ଜୁନିଅର ଭାରୋତ୍ତୋଳନ ପ୍ରତିଯୋଗିତାରେ ୪ଟି ଗୋଲ୍ଡ ମେଡାଲ ଜିତି ସୁନାମ ଆଣିଛନ୍ତି କେନ୍ଦୁଝରର ଝିଅ ହେମାଙ୍ଗିନୀ ଜେନା। ଚଳିତ ଜୁନ  ମାସ ଝାଡଖଣ୍ତ ରାଞ୍ଚିରେ ଅନୁଷ୍ଠିତ ଜାତୀୟ  ସବଜୁନିଅର ଏବ ଜୁନିଅର ଭାରତ୍ତୋଳନ ୬୬ କେଜି ବର୍ଗ ପ୍ରତିଯୋଗିତାରେ ସେ ୪ ଟି ଗୋଲ୍ଡ ମେଡାଲ ହାସଲ କରିଥିଲେ।

ହେମାଙ୍ଗିନୀ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ କରଡାପାଳ ଗ୍ରାମର ଅବସର ପ୍ରାପ୍ତ ସେନା ଡାକ୍ତର ସ୍ବର୍ଗତ ଜଳଧର ଜେନା ଏବଂ ସ୍ବପ୍ନା ଜେନାଙ୍କ ନାତୁଣୀ ତଥା ସୁଧୀର ଜେନାଙ୍କ ଏକ ମାତ୍ର କନ୍ୟା। ସେ ବର୍ତ୍ତମାନ ପୁନେଠାରେ ରହି ପଢାପଢି କରିବା ସହ ଭାରୋତ୍ତୋଳନ ପାଇଁ ତାଲିମ ନେଉଛନ୍ତି। ହେମାଙ୍ଗିନୀ ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ  ଜିତି ଥିବାରୁ ଗାଁରେ ଖୁସିର ଲହରି ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe