ବିଧାନସଭା ବସିବା ପୂର୍ବରୁ ସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ ପ୍ରସ୍ତାବ, ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ଗୃହ ସ୍ବାଭାବିକ ପାଇଁ ବାଟ ଖୋଲିଲା

www.indiatvnews.com

ଭୁବନେଶ୍ବର : ବିଧାନସଭା ମୋସୁମୀ ଅଧିବେଶନ ବସିବା ପୂର୍ବରୁ ବିଧାୟକମାନଙ୍କର ହୋଇପାରେ କୋଭି଼ଡ-୧୯ ଟେଷ୍ଟ୍‌। ଲୋକସଭା ଆରମ୍ଭ ପୂର୍ବରୁ ସମସ୍ତ ସାଂସଦମାନଙ୍କର କୋଭିଡ୍‌ ଟେଷ୍ଟ୍‌ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏସ୍‌ଓପି ଜାରି କରିଛି। ଏହି ଏସ୍‌ଓପି ଆଧାରରେ କୋଭିଡ୍‌ ଟେଷ୍ଟ୍‌ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଏମ୍‌ସି କମିସନର ପ୍ରେମ୍‌ ଚାନ୍ଦ ଚୌଧୁରୀ ପ୍ରମୁଖ ଯୋଗଦେବା ପାଇଁ ସ୍ଥିର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe