ଜାଲ୍ ଓବିସି ପ୍ରମାଣପତ୍ର, ଓଡ଼ିଆ ନ ଜାଣିବା ମହଙ୍ଗା; ଆର୍ଯ୍ୟପଲ୍ଲୀ ସରପ‌ଞ୍ଚଙ୍କ ସଭ୍ୟପଦ ଅସିଦ୍ଧ

ପେନ୍‌ସନ୍‌ ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ୮ରୁ

Kenyan Wallstreet

ଛତ୍ରପୁର : ଜାଲ୍‌ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ପ୍ରମାଣପତ୍ର ଦାଖଲ କରିଥିବା ଏବଂ ଓଡ଼ିଆ ଲେଖିପଢ଼ି ନ ଜାଣିବା ମାମଲାରେ ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସରପ‌ଞ୍ଚଙ୍କ ପଦ ଅସିଦ୍ଧ ଘୋଷଣା ହୋଇଛି। ଏସଂକ୍ରାନ୍ତରେ ରୁଜୁ ଏକ ମକଦ୍ଦମାର ବିଚାର କରି ଛତ୍ରପୁର ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ ସନ୍ତୋଷ କୁମାର ପାଣିଗ୍ରାହୀ ସରପ‌ଞ୍ଚ ଏମ୍.ଲକ୍ଷ୍ମୀଙ୍କ ପଦବି ଅସିଦ୍ଧ ଘୋଷଣା କରିବା ସହ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଖାଲି ପଦବି ପୂରଣ ଲାଗି ଆଇନ ଅନୁଯାୟୀ ପଦକ୍ଷେପ ନେବା ଲାଗି କୋର୍ଟ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଆ ଲେଖିପଢ଼ି ନ ଜାଣିବା କାରଣରୁ ଗତ ୫ତାରିଖରେ ଅଗସ୍ତିନୂଆଗାଁ ସରପଞ୍ଚ ପି.ସୀମାଦ୍ରିଙ୍କ ସଭ୍ୟପଦକୁ ଅଦାଲତ ଅସିଦ୍ଧ ଘୋଷଣା କରିଥିଲେ। ଓଡ଼ିଆ ଲେଖି ପଢ଼ି ନ ଜାଣିବା କାରଣରୁ ଗତ ୧୫ଦିନ ମଧ୍ୟରେ ଛତ୍ରପୁର ବ୍ଲକ୍‌ର ୨ ସରପଞ୍ଚଙ୍କ ସଭ୍ୟ ପଦ ରଦ୍ଦ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ସରପ‌ଞ୍ଚ ପଦରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା ଥିଲେ। ଏମ୍.ଲକ୍ଷ୍ମୀ ବିଜୟୀ ହୋଇ ସରପ‌ଞ୍ଚ ହୋଇଥିଲେ। ଏହି ପଞ୍ଚାୟତର ସରପ‌ଞ୍ଚ ପଦବି ଲାଗି ପଛୁଆବର୍ଗ ମହିଳା ଲାଗି ସଂରକ୍ଷଣ ରହିଥିଲା। ବିଜୟୀ ସରପ‌ଞ୍ଚ ଏମ୍.ଲକ୍ଷ୍ମୀ ଜାଲ୍ ପଛୁଆବର୍ଗ ପ୍ରମାଣପତ୍ର ଦାଖଲ କରିଥିବା ଏବଂ ଓଡିଆ ଲେଖିପଢ଼ି ଜାଣି ନ ଥିବା ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରି ନ ଥିବା ପ୍ରତିଦ୍ବନ୍ଦ୍ବୀ ପି.ଦମୟନ୍ତୀ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଛତ୍ରପୁର ଜୁନିୟର ଡିଭିଜନ୍ ଅଦାଲତରେ ପ୍ରତିପକ୍ଷ ଦମୟନ୍ତୀଙ୍କ ଅଭିଯୋଗ କ୍ରମେ କେସ ନମ୍ବର ୧/୧୭ ନିର୍ବାଚନୀ ମାମଲା ରୁଜୁ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି। ଦମୟନ୍ତୀଙ୍କ ତରଫରୁ ଓକିଲ ପଦ୍ମଚରଣ ସାହୁ ଓ ଏମ୍.ଲକ୍ଷ୍ମୀଙ୍କ ତରଫରୁ ଓକିଲ କୃଷ୍ଣଚନ୍ଦ୍ର ସାହୁ(ଏ) ଏବଂ ସରକାରଙ୍କ ତରଫରୁ ମନୋଜ କୁମାର ପାଢ଼ୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe