ଚିରସ୍ମରଣୀୟ ସୁଧାଂଶୁ

Advertisment
ଚିରସ୍ମରଣୀୟ ସୁଧାଂଶୁ

ଦେଖୁ ଦେଖୁ ଚାରିବର୍ଷ ବିତିଗଲା। ମନେ ପଡ଼ନ୍ତି ସୁଧା˚ଶୁ ଭୂଷଣ ମିଶ୍ର। ସେ ଆଜି ଆମ ଗହଣରେ ନ ଥିଲେ ମଧୢ ଆମ ସହିତ ଭାବବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ‘‘କୀର୍ତ୍ତିର୍ଯସ୍ୟ ସଃ ଜୀବତି’’- ସ˚ସାରକୁ ଯେ କିଛି ଦେଇଛି ଅର୍ଥାତ୍‌ ଉତ୍ତମ କର୍ମ କରିଛି ସେ ଆୟୁଷ୍ମାନ ଅଟେ। ତା’ ଜୀବନର ଅନ୍ତ ଘଟି ନ ଥାଏ। ତାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ, ସୃଜନଶୀଳ, ଶୃଙ୍ଖଳିତ ବ୍ୟକ୍ତି ଆଜିର ଦୁନିଆରେ ମିଳିବା ବିରଳ। ସେ ଥିଲେ ଜଣେ ଅତ୍ୟନ୍ତ ଦରଦୀ ଓ ପରୋପକାରୀ ମଣିଷ। ୧୯୪୧ ମସିହା ଜୁଲାଇ ୧୫ ତାରିଖ ଦିନ ଜନ୍ମିତ ସୁଧା˚ଶୁ, ପିତା ଲିଙ୍ଗରାଜ ମିଶ୍ର ଓ ମାତା ନିଶାମଣି ଦେବୀଙ୍କ ଆଶୀର୍ବାଦରୁ ଜଣେ ବଳିଷ୍ଠ ବ୍ୟକ୍ତିତ୍ବର ପରିଚୟ ପାଇବାରେ ସକ୍ଷମ ହୋଇଥିଲେ। ପୁରୀ ଜିଲ୍ଲା ସ୍କୁଲରୁ ଶିକ୍ଷାଲାଭ କରି ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ମଧୢରେ ସ୍ଥାନ ପାଇଥିଲେ। ରେଭେନ୍‌ସା କଲେଜରେ ପଢ଼ିବା ସମୟରେ ତାଙ୍କର ବାଗ୍ମିତା ଓ ସୃଜନଶୀଳତା ଯୋଗୁ ପଦାର୍ଥ ବିଜ୍ଞାନର ଛାତ୍ର ହେଲେ ମଧୢ ଛାତ୍ର ସ˚ସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୬୨ ମସିହାରେ M.Sc. ଡିଗ୍ରୀ ହାସଲ କରିବା ପରେ ୧୯୬୨ରୁ ୧୯୬୪ ମସିହା ପର୍ଯ୍ୟନ୍ତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଶିକ୍ଷାଦାନ କରିଥିଲେ। ୧୯୬୫ ମସିହାରେ ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର୍)ରେ ଯୋଗଦାନ କରିଥିଲେ।

ନିଜର ବିଶ୍ବାସ, ସାମର୍ଥ୍ୟ ଏବ˚ ସର୍ବୋପରି ପ୍ରତିବଦ୍ଧତା ଥିଲା ତାଙ୍କର ଅନ୍ତର୍ନିିହିତ ଶକ୍ତି। ତାଙ୍କର ପ୍ରଶାସନିକ କାର୍ଯ୍ୟକାଳରେ ଏକ ବହୁଚର୍ଚ୍ଚିତ ପ୍ରତିଭା ଭାବେ ଅନେକ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ଠାରୁ ଆରମ୍ଭ କରି ଶିଳ୍ପ ସଚିବ, ଖଣି ଓ ପରିବେଶ ବିଭାଗ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ଅଦ୍ଭୁତ ସଫଳତା ହାସଲ କରିଥିଲେ। ସେ ଅଧିକା˚ଶ ଶିଳ୍ପ ଉଦ୍ୟୋଗର ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ରହି ଓଡ଼ିଶାର ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବ˚ ଓଡ଼ିଶାରେ ଏକ ଅନନ୍ୟ ଶିଳ୍ପ ନୀତି ପ୍ରଣୟନର ସୂତ୍ରଧର ଥିଲେ। ସେ କେନ୍ଦ୍ରରେ ଯୁଗ୍ମ ସଚିବ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ‘‘କୁଇନ୍‌ ଏଲିଜାବେଥ୍‌ ଫେଲୋ’’ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ।

୨୦୦୧ ମସିହାରେ ଅବସର ଗ୍ରହଣ କଲା ପରେ ମଧୢ ତାଙ୍କର ଜୀବନ କର୍ମଚଞ୍ଚଳ ଥିଲା। ସେ ବ୍ୟାଙ୍କି˚ ଅମ୍ବୁସ୍‌ମ୍ୟାନ୍‌, NCTEର ଚେୟାରମ୍ୟାନ୍, ବିଭିନ୍ନ ସରକାରୀ ଓ ବେସରକାରୀ ଉଦ୍ୟୋଗର ସ୍ବାଧୀନ ଡାଇରେକ୍ଟର୍ ତଥା ନବରତ୍ନ କମ୍ପାନି ନାଲ୍‌କୋର CSR ଫାଉଣ୍ତେସନର ଟ୍ରଷ୍ଟି ଥିଲେ। IIPAର ଚେୟାରମ୍ୟାନ୍ ଭାବରେ ତା’ର କାୟା ବିସ୍ତାର କରିଥିଲେ। ରେଭେନ୍‌ସା ବିଶ୍ବବିଦ୍ୟାଳୟର ପରିଚାଳନା ପରିଷଦର ରାଜ୍ୟପାଳଙ୍କ ପ୍ରତିନିଧି ଥିଲେ। ବିଶେଷତଃ ସମ୍ବାଦପତ୍ରମାନଙ୍କରେ ବିଭିନ୍ନ ସାମ୍ପ୍ରତିକ ସାମାଜିକ, ଅର୍ଥନୈତିକ ତଥା ପରିବେଶୀୟ ସମସ୍ୟା ଗୁଡ଼ିକ ଉପରେ ତାଙ୍କର ଲେଖନୀ ଚାଲୁ ରଖିଥିଲେ ଓ ଟେଲିଭିଜନ ମାଧୢମରେ ତାଙ୍କର ମତ ରଖୁଥିଲେ। ତାଙ୍କର ବୌଦ୍ଧିକ ଅନୁଶୀଳନ ଆଦିକୁ ଏକ କଳାତ୍ମକ ଶୈଳୀରେ ସମ୍ବାଦପତ୍ରରେ ‘‘ଭିନ୍ନମତ’’ ଭାବେ ପ୍ରକାଶ କରୁଥିଲେ ଯାହା ପରବର୍ତ୍ତୀ ସମୟରେ ୩ ଖଣ୍ତ ପୁସ୍ତକ ଭାବେ ପ୍ରକାଶିତ ହୋଇଛି।

ସେ ‘‘ମମତା’’ NGOର ପ୍ରଥମ ଚେୟାରମ୍ୟାନ୍ ଭାବେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ, କର୍ମଶାଳା ଦ୍ବାରା ସାମାଜିକ ସମସ୍ୟା ଓ ତା’ର ସମାଧାନ ଉପରେ ଧୢାନ ଦେଇଥିଲେ। ସର୍ବୋପରି ଜାନୁଆରି ୨୦୧୩ରେ Think Tank ଭଳି ଏକ ନିଆରା ଅନୁଷ୍ଠାନ ଗଢ଼ିଥିଲେ। ଡକ୍ଟର ଏସ୍‌. କେ. ତାମୋଟିଆ, ବିବେକ ପଟ୍ଟନାୟକ ତଥା ରାଜ୍ୟର ଅନେକ ପ୍ରଶାସକ, ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ଏଇ ସ˚ସ୍ଥାଟି ପ୍ରତି ମାସ ଆଲୋଚନାଚକ୍ର ମାଧୢମରେ ରାଜ୍ୟର ବିଭିନ୍ନ ସମସ୍ୟା ଓ ତା’ର ପ୍ରଶାସନିକ ସମାଧାନ ଉପରେ ଆଲୋକପାତ କରୁଛି। କୌଣସି ସଭା ବା ଆଲୋଚନା ପରିଚାଳନା କରିବାରେ ତାଙ୍କର ଅଦ୍ଭୁତ ଦକ୍ଷତା ଥିଲା। ସେ ନିଜେ କେବଳ ଏକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ନ ଥିଲେ, ସେ ଅନ୍ୟମାନଙ୍କୁ ସଫଳ ପ୍ରଶାସନର ସୂକ୍ଷ୍ମ ସୂତ୍ରଗୁଡ଼ିକୁ ସୂଚାଇ ଦେଉଥିଲେ ଆଉ ସମସ୍ତ ପରିବାର ବର୍ଗଙ୍କ ମାର୍ଗଦର୍ଶକ ଥିଲେ। ତାଙ୍କର ଉପସ୍ଥିତି ଏକ ଚମକ ସୃଷ୍ଟି କରୁଥିଲା କିନ୍ତୁ ତାହା ଭୟ ନୁହେଁ ଭକ୍ତି ଆଧାରିତ ଥିଲା। ସେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚେଷ୍ଟିତ ଥିଲେ ଓ ଜାତି ନିର୍ମାଣକାରୀ ଉତ୍ତମ ଓ ସୁଯୋଗ୍ୟ ଦାୟାଦ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତାଙ୍କର କର୍ମପରାୟଣତା, ଯୁକ୍ତିଶୀଳ ବୌଦ୍ଧିକ ଚିନ୍ତାଧାରା ଓ ଓଡ଼ିଶା ପ୍ରଶାସନରେ ଭୂମିକା ସବୁଦିନେ ଚିରସ୍ମରଣୀୟ ହୋଇ ରହିବ ଓ ଆମମାନଙ୍କୁ ପ୍ରେରଣା ଯୋଗାଉଥିବ।
- ‘‘ମମତା’’ ପରିବାରର ସଦସ୍ୟଗଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe