ମାଲକାନଗିରି: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ସାରା ଦେଶ ନିନ୍ଦା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଡାକ୍ତର ମହାସଂଘ, ନର୍ସ ମହାସଂଘ ତରଫରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା।ପରେ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇ ପ୍ରତିବାଦ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାଲକାନଗିରିସ୍ଥିତ ସତ୍ୟ ନାରାୟଣ ମହାବିଦ୍ୟାଳୟର ୪୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହାକୁ ନିନ୍ଦା କରିବା ସହ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ।
ଏହି ଶୋଭାଯାତ୍ରା ସତ୍ୟ ନାରାୟଣ ମହାବିଦ୍ୟାଳୟରୁ ଆରମ୍ଭ କରି ଡିଏନକେ ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ଦିବଙ୍ଗତଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ତୁରନ୍ତ ଏହି ଘଟଣାରେ ସାମିଲ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ଏନେଇ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏସପି ଏବଂ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ରାଲିଲେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ନିର୍ଦେଶକ ଓ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଟାଇପ-୨ ଲକ୍ଷ୍ମୀ ବସ୍ ସେବା ବନ୍ଦ ନହେଲେ ୨୭ରୁ ଆନ୍ଦୋଳନ
Follow Us