ଜିଲ୍ଲା ସମନ୍ବୟ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

Advertisment

ଛତିଶଗଡର ୪ ସାମ୍ବାଦିକଙ୍କୁ ମିଥ୍ୟା କେଶରେ ଜେଲ ଭରା ଘଟଣା

ଛତିଶଗଡର ୪ ସାମ୍ବାଦିକଙ୍କୁ ମିଥ୍ୟା କେଶରେ ଜେଲ ଭରା ଘଟଣା

ଜିଲ୍ଲା ସମନ୍ବୟ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ୪ ଜଣ ସାମ୍ବାଦିକଙ୍କୁ ମିଥ୍ୟା କେଶରେ ଫସାଇ ଆନ୍ଧ୍ର ପୁଲିସ ଗିରଫ କରିଥିବା ପ୍ରତିବାଦରେ ବୁଧବାର ଦିନ ମାଲକାନଗିରି ଜିଲ୍ଲାର ସମନ୍ବୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏମୟୁଜେର ସଭାପତି ଦେବ ପ୍ରସାଦ ଦାସ ଏବଂ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟଧନ ପାତ୍ରଙ୍କ ନେତୃତ୍ବରେ ଶତାଧିକ ସାମ୍ବାଦିକ ଏକ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଭେଟି ମିଥ୍ୟା କେଶରେ ୪ ସାମ୍ବାଦିକଙ୍କୁ ଜେରରେ ଭର୍ତ୍ତି କରାଯାଇଥିବାରୁ ତାଂକୁ ତୁରନ୍ତ ବିନା ସର୍ତ୍ତରେ ଛାଡିବାକୁ ଦାବି କରାଯାଇଥିଲା। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ସୁକମା ଜିଲ୍ଲାର କୋଣ୍ଟା ଅଂଚଳର କିଛି ସାମ୍ବାଦିକ ସାବେରୀ ନଦୀରୁ ମାଫିଆମାନେ ବାଲି ଚୋରାଚାଲାଣ କରୁଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ କରିବା ପରେ ସୁକମା ଅଂଚଳର ଟିଆଇ ଚାରି ଜଣ ସାମ୍ବାଦିକଙ୍କ ଗାଡିରେ ଗଂଜେଇ ରଖିଥିଲେ। ସେମାନେ ଆନ୍ଧ୍ରକୁ ବୁଲିବାକୁ ଗଲାବେଳେ ସେମାନଙ୍କୁ ଆନ୍ଧ୍ର ପୁଲିସ ଧରି ଜେଲରେ ଭର୍ତ୍ତି କରିଥିଲା।  ଏନେଇ ସୁକମା ପୁଲିସ ନିକଟରେ ସାମ୍ବାଦିକ ସଂଘ ତରଫରୁ ଏତଲା ଦିଆଯିବା ପରେ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଟିଆଇଙ୍କୁ ନିଳମ୍ବିତ କରାଯାଇଥିଲା।ତାଂକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe