ଭୁବନେଶ୍ବର: ଭାରତରେ ମେଡିକାଲ ଅଧ୍ୟୟନରେ ସହାୟତା ଦାବିରେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଛାତ୍ରଛାତ୍ରୀମାନେ କହିଛନ୍ତି, ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଯୋଗୁଁ ନିରାପଦ ଭାବେ ଉଦ୍ଧାର ହୋଇପାରିଛନ୍ତି। ସେମାନଙ୍କର ପାଠପଢ଼ା ଅଧା ରହିଛି। ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍କୁ ଯାଇ ପାଠପଢ଼ିବା ସମ୍ଭବ ନୁହେଁ।
ଭାରତରେ ଆଗକୁ କିପରି ସେମାନଙ୍କର ମେଡିକାଲ ପାଠପଢ଼ା ଜାରି ରହିବ ସେ ନେଇ କେନ୍ଦ୍ରସରକାର ସହଯୋଗର ହାତ ବଢ଼ାଇବା ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଆଗାମୀ ପଢ଼ା ନେଇ କେନ୍ଦ୍ର ସରକାର, ମେଡିକାଲ କମିସନ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ।
Follow Us