କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Advertisment

ବିକାଶ ପରିଷଦ ପକ୍ଷରୁ ୨୩ରେ ଆଲୋଚନା

ବିକାଶ ପରିଷଦ ପକ୍ଷରୁ ୨୩ରେ ଆଲୋଚନା

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

The Samikhsya

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ଦାବି କରିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ହୋଟେଲ୍‌ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର କର୍ମକର୍ତ୍ତାମାନେ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ। ଜିଲ୍ଲାରେ କୌଣସି ଶିଳ୍ପ ସଂସ୍ଥା ନାହିଁ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଜିଲ୍ଲାବାସୀଙ୍କ ଉପରେ ଦାଉ ସାଧୁଛି। ଜିଲ୍ଲାର ବହୁ ଲୋକ ସରକାରୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକ ସୁବିଧା ସୁଯୋଗ, ଭିତ୍ତିଭୂମିର ଘୋର ଅଭାବ ରହିଛି।

ନଦୀ, ନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ଏମିତି କିଛି ଦୁର୍ଗମ ଅଞ୍ଚଳ ଅଛି, ‌ଯେଉଁଠାରେ କି ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ଏବେ ବି ଅପହଞ୍ଚ। ଜିଲ୍ଲାରେ ୧୫୯୨ ଗାଁ ଥିଲା ବେଳେ ୫୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଟିଏ ସବ୍‌ଡିଭିଜ୍‌ନାଲ୍‌ ହସ୍ପିଟାଲ୍‌ ଓ ଗୋଟିଏ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ ଅଛି। କିନ୍ତୁ ଏମ୍‌ଆର୍‌ଆଇ, ଆଇସିୟୁ, ଟ୍ରମା କେୟାର, ସିଟି ସ୍କାନ୍ ଓ ଏଣ୍ଡୋସ୍କୋପି ପରି ଆଧୁନିକ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ନାହିଁ। ଏପରିକି ଆବଶ୍ୟକ ସଂଖ୍ୟକ ଡାକ୍ତର ବି ନାହାନ୍ତି। ଉନ୍ନତ ତଥା ଜରୁରୀ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଯିବା ଅତ୍ୟନ୍ତ ସମୟସା‌େପକ୍ଷ ଓ ବ୍ୟୟବହୁଳ। ତେଣୁ ଜିଲ୍ଲାରେ ଏକ ମେଡିକାଲ କଲେଜ ସହ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ପାଇଁ ଆବଶ୍ୟକ ଜମି ଉପଲବ୍ଧ ଅଛି। ତେଣୁ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ନଜରରେ ରଖି କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରିବା ପାଇଁ ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ଏକ ସମ୍ମିଳନୀର ଆୟୋଜନ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର, ସଂଯୋଜକ ତଥା ଶିକ୍ଷକ ନେତା ଅମୀୟ ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଓ ଅମ୍ବିକା ପ୍ରସାଦ ଦାସ, ଶିକ୍ଷାବିତ୍‌ ପ୍ରଫେସର ସରୋଜ ମହାନ୍ତି, ସମାଜସେବୀ ଧୀରେନ୍ଦ୍ର ସୁନ୍ଦର ଦାସ, ବୀରବର ଜେନା ଓ ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe