ଜାତି ଜନଗଣନା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଜାତି ଜନଗଣନା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ବର : ଓଡ଼ିଶାରେ ଜାତି ଜନଗଣନା ଦାବିରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୩ ଜଣିଆ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଜାତି ଜନଗଣନା ନେଇ ଗତବର୍ଷ ବିଧାନସଭାରେ ସର୍ବସମ୍ମତକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ ପଛୁଆବର୍ଗ କମିସନ ଗତବର୍ଷ ମେ’ ୧ରୁ ଜୁନ୍ ୧୫ ମଧ୍ୟରେ ରାଜ୍ୟରେ ଜାତି ଜନଗଣନା କାର୍ଯ୍ୟ କରିବା ପାଇଁ ସମୟ ନିର୍ଘଣ୍ଟ କରିଥିଲେ। କିନ୍ତୁ କୋଭିଡ୍ ପାଇଁ ତାହାକୁ ସ୍ଥଗିତ ରଖାଯାଇଥିଲା। ଏବେ କଟକଣା ଉଠିବା ପରେ ମଧ୍ୟ ଜାତି ଜନଗଣନା ନେଇ ପଛୁଆବର୍ଗ କମିସନ ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe