ରାଉରକେଲା): ପ୍ରି ନନ୍ ଇଣ୍ଟରଲକିଂ ଓ ତୃତୀୟ ରେଳ ଲାଇନ ମରାମତି କାମ ପାଇଁ ରାଉରକେଲା-ଝାରସୁଗୁଡା ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ମେମୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ ଦର୍ଶାଯାଇଛି ଆସନ୍ତା ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ୬ ଦିନ ପ୍ରିନ୍ ନ୍ ଇଣ୍ଟରଲକିଂ କାର୍ଯ୍ୟ କରାଯିବ। ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ନନ୍ ଇଣ୍ଟରନଲକିଂ କାର୍ଯ୍ୟ ରାଜଗାଙ୍ଗପୁର ଷ୍ଟେସନ ୟାର୍ଡ ସହ ବାମରାରୁ ରାଉରକେଲା ୩ୟ ଲାଇନ ମରାମତି କରାଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମୋଟ ୯ ଦିନ ରାଉରକେଲା-ଝାରସୁଗୁଡା-ରାଉରକେଲା ମେମୁ ଟ୍ରେନ୍ ଚଳାଚଳ ବାତିଲ ହୋଇଥିବାରୁ ଦୈନିକ ଯାତାୟତ କରୁଥିବା ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡିବ।
ରାଉରକେଲା-ଝାରସୁଗୁଡା ମେମୁ ଟ୍ରେନ୍ ବାତିଲ
Advertisment
Follow Us