ନବରଂଗପୁରରେ ଦାନ ମାଝୀ ଘଟଣାର ପୁନରାବୃତ୍ତି: ମିଳିଲାନି ମହାପ୍ରୟାଣ ଗାଡ଼ି, କାନ୍ଧରେ ୮କିମି ଶବ ବୋହିଲେ ପରିବାର ଲୋକେ

Advertisment
ନବରଂଗପୁରରେ ଦାନ ମାଝୀ ଘଟଣାର ପୁନରାବୃତ୍ତି: ମିଳିଲାନି ମହାପ୍ରୟାଣ ଗାଡ଼ି, କାନ୍ଧରେ ୮କିମି ଶବ ବୋହିଲେ ପରିବାର ଲୋକେ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲାରେ କଳାହାଣ୍ଡିର ଦାନ ମାଝୀଙ୍କ ଦ୍ବାରା କାନ୍ଧରେ ଶବକୁ ବୋହି ନିଆଯିବା ଘଟଣାର ପୁନରାବୃତ୍ତି ହୋଇଛି। ଓଡ଼ିଶା ସମତେ ପୂରା ଦେଶରେ ଦଶହରାର ମାହୋଲ ଦେଖାଯାଇଥିବା ବେଳେ ନବରଂଗପୁର ଜିଲ୍ଲାର ଶରଧାପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଚନ୍ଦାହାଣ୍ଡି ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପରିବାର ଲୋକେ ମୃତ ମହିଳାଙ୍କ ଶବକୁ କାନ୍ଧରେ ବୋହି ପ୍ରାୟ ୮ କିମି ଦୂର ଶରଧାପୁର ଗ୍ରାମକୁ ନେଇଛନ୍ତି।

ସୂଚନା‌ ଅନୁସାରେ ଆଜି ଶରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଶବ ବାହକ ଗାଡ଼ି ମହାପ୍ରୟାଣ)କୁ ଯୋଗାଯୋଗ କରିଥିବା ସତ୍ତ୍ବେ ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିବା ବେଳେ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବହି ଦୀର୍ଘ ୮ କିଲୋମିଟର ଦୂର ଶରଧାପୁର ଗାଁକୁ ନେଇଥିଲେ।

ସୂଚନାଯୋଗ୍ୟ, ୨୦୧୬ ମସିହା ଅଗଷ୍ଟ ମାସର ଘଟଣା। ସ୍ତ୍ରୀଙ୍କ ମୃତ୍ୟୁ ପରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଦାନ ମାଝୀଙ୍କୁ କାନ୍ଧରେ ଶବ ବୋହିବାକୁ ପଡ଼ିଥିଲା। ସାଥୀରେ ୧୨ ବର୍ଷର ଝିଅ ଚାଲୁଥିଲେ। ସେ ପ୍ରାୟ ୧୦ କିଲୋମିଟର ଯାଏଁ ନିଜ ସ୍ତ୍ରୀଙ୍କ ଶବ ନେଇ କାନ୍ଧରେ ବୋହିକି ନେଇଥିଲେ। ଏହି ଘଟଣା ଯେଉଁମାନେ ରାସ୍ତାରେ ଦେଖୁଥିଲେ, ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହି ଘଟଣାକୁ ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe