ସୁପର ଭାଇଜରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ: ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଲେ କଣ୍ଡକ୍ଟର

Advertisment

ଲକ୍ଷ୍ମୀବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ବସ୍ କଣ୍ଡକ୍ଟର ଜଣଙ୍କ ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି...

ଲକ୍ଷ୍ମୀବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ବସ୍ କଣ୍ଡକ୍ଟର ଜଣଙ୍କ ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି...

Mental torture allegations against supervisor: Laxmi Bus conductor detained

Mental torture allegations against supervisor: Laxmi Bus conductor detained Photograph: (sambad.in)

ସୋର: ଲକ୍ଷ୍ମୀବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ବସ୍ କଣ୍ଡକ୍ଟର ଜଣଙ୍କ ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତେଣ୍ଟେି ପଞ୍ଚାୟତ ତେଣ୍ଟେଇ ଗ୍ରାମରେ।

ପ୍ରତିଦିନ ଭଳି ସକାଳେ ଏହି ଲାଇନରେ ଯାଉଥିବା ଲକ୍ଷ୍ମୀବସଟି ତେଣ୍ଟେଇ ଗ୍ରାମକୁ ଯାଇଥିବା ବେଳେ ପୁର୍ବରୁ ସେହି ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଥିବା ରାଜେନ୍ଦ୍ର କୁମାର ମଳିକ ଗାଡିକୁ ଅଟକ ରଖି ପରିବାର ସହ ଗାଡି ସମ୍ମୁଖରେ ବସି ରହିଥିଲେ। ତାଙ୍କୁ ସୁପର ଭାଇଜରମାନେ ମାନସିକ ନିର୍ଯାତନା ଦେବା ସହିତ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ ।

ମାତ୍ର ଏନେଇ ସେ ବାରମ୍ବାର ଉପରସ୍ଥ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ନମିଳିବାରୁ ସେ ଧାରଣା ଦେଇଥିବା ପ୍ରକାଶ କରିଛନ୍ତି। ସେ ଧାରଣାରେ ବସିଥିବା ବେଳେ ତାଙ୍କ ନିକଟରେ କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଚି। ବସ୍ ବନ୍ଦ ହେବା କାରଣରୁ ବସ୍‌କୁ ଅପେକ୍ଷା କରିଥିବା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡ଼ିଛି।

 Baleswar | Laxmi bus

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe