image source- daily hunt
ଭଦ୍ରକ: ଭଦ୍ରକ ସହରରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବୁଲୁଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ କିଏ ଉକ୍ତ ମହିଳାଙ୍କୁ ଅନ୍ତସତ୍ତ୍ବା କରାଇଲେ ଏବଂ ଶିଶୁ ସନ୍ତାନର ପିତା କିଏ ତା’କୁ ନେଇ ସହରରେ ଚର୍ଚ୍ଚା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ପ୍ରସବ ବେଦନା ଅନୁଭବ କରିଥିଲେ। ଏହାଜାଣିପାରି କିଛି ଲୋକ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ମହଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ଏହାପରେ ସଚେତନ ନାଗରିକମାନେ ଏହି ଘଟଣା ସଂପର୍କରେ ଟୁଇଟ୍ କରି ଭଦ୍ରକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଏସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବି ସୂଚିତ କରିଥିବା ଜଣାଯାଇଛି। ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମା’ ଓ ଶିଶୁର ଚିକିତ୍ସା ଜାରି ରହିଛି। ଉଭୟ ମା’ ଓ ଶିଶୁର ଅବସ୍ଥା ଭଲ ଥିବା କୁହାଯାଉଛି। ଏହି ଘଟଣା ଏବେ ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି।
Follow Us