ମେରା ମାଟି, ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Advertisment
ମେରା ମାଟି, ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ରାୟଗଡା ସ୍ଥିତ ୪ର୍ଥ ସିଆରପିଏଫ ବାଟାଲିୟନ ଏବଂ ନେହରୁ ଯୁବ କେନ୍ଦ୍ର ତରଫରୁ ସିଆରପିଏଫ ସଭାଗୃହରେ ମେରା ଦେଶ,ମେରା ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୪ର୍ଥ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ମନୋଜ କମାର ଯାଦବ ଯୋଗ ଦେଇ ଉପସ୍ଥିତ ସମସ୍ତ ସିଆରପିଏଫ ଯବାନମାନଙ୍କୁ ଦେଶବାସୀଙ୍କ ସୁରକ୍ଷା ପାଇଁ କାମ କରିବାକୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସଂଜୟ କୁମାର ରାଉତ, ଅବସରପ୍ରାପ୍ତ ଇନସପେକ୍ଟର ବିଜୟ କୁମାର ଲେଙ୍କା, ଅବସରପ୍ରାପ୍ତ ଏୟାରଫୋର୍ସ କର୍ମଚାରୀ ସୁଜିତ କୁମାର ହୋତା, ଅବସରପ୍ରାପ୍ତ ଆର୍ମୀ ଜେ.କେ.ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଦେଶକୁ ଆଗେଇ ନେବାକୁ ହେଲେ ସେବା ମନଭାବ ରଖିବା ଜରୁରୀ ବୋଲି କହିଥିଲେ।

ଏହି ଅବସରରେ ସମ୍ମାନୀତ ଅତିଥିମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ବୀରଭୂମୀକୁ ପ୍ରଣାମ ସହ ବୀରଭୂମୀର ମାଟି ସଂଗ୍ରହ କରାଯାଇଥିଲା।ସିଆରପିଏଫ ୪ର୍ଥ ବାଟାଲିୟନର ସମସ୍ତ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।ଶେଷରେ ନେହରୁ ଯୁବ କେନ୍ଦ୍ରର ପ୍ରତିନିଧି ଲକ୍ଷ୍ମୀ ନରାୟଣ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କେ.ଧନଞ୍ଜୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe