୩ ଦିନରେ ବଢ଼ିବ ପାରଦ, କମିବ ଶୀତ; ୧୦ରୁ କୋହଲା ପାଗ, ବର୍ଷା ସମ୍ଭାବନା

Advertisment
୧୬ରୁ ଶୀତ କମିବ

Facebook

ଭୁବନେଶ୍ୱର : ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଥିବା ବେଳେ ଗତକାଲି ରାତିରେ ଶୀତ ଅପେକ୍ଷାକୃତ କମ୍‌ ରହିଥିଲା। ଧୀରେଧୀରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ ଓ ଶୀତ କମିବ। ଆସନ୍ତା ୩ ଦିନରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରି ବଢ଼ିବ ଓ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭା‌ବରେ ୧୦ ତାରିଖ ଆଡ଼କୁ ବର୍ଷାର ସମ୍ଭାବନା ରହିଛି। ଫଳରେ ରାଜ୍ୟରୁ ଶୀତ ଗାୟବ ହୋଇଯିବ ଓ ପାଗ କୋହଲା ରହିବ। ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭା‌ବରେ ରାଜ୍ୟରେ ୧୦ରୁ ପାଗରେ ପରିବର୍ତ୍ତନ ଆସିବ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷା ରହିବ। ଫଳରେ ଏହା ପୁଣି ଥରେ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଭଳି ପାଗରେ ଫସଲ ରୋଗପୋକ ଯୋଗୁଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଧାନ ମଳା ସରିନଥିବାରୁ କୃଷି ବିଜ୍ଞାନୀମାନେ ଧାନ ଗମୁଆ ହୋଇ ନଷ୍ଟ ହେବାର ଆଶଙ୍କା ମଧ୍ୟ ପ୍ରକାଶ କରିଛନ୍ତି।

publive-image

ପ‌ାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସମୁଦାୟ ବର୍ଷା ୨୫ରୁ ୩୦ ମିମି ରହିପାରେ। ଉପକୂଳରେ ବର୍ଷା କମ୍‌ ରହିବ। ୧୧ରୁ ୧୪ ତାରିଖ ଯାଏ ଆକାଶ ମେଘୁଆ ରହବ। ତାପମାତ୍ରା କମିବ, ଦିନର ପାଗ କୋହଲା ରହିବ। ଆର୍ଦ୍ରତା ବଢ଼ିବ। ଏହାଦ୍ବାରା ଫସଲରେ ରୋଗପୋକ ସମସ୍ୟା ବଢ଼ିବ। ବିଶେଷ କରି ପନିପରିବା, ମୁଗ, ବିରି, ସୋରିଷ, ଶିମ୍ବ ଓ ଚିନାବାଦାମ ଆଦିରେ ରୋଗପୋକ ଲାଗି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

publive-image traveleastindia.com

ଅନ୍ୟପଟେ ଅନେକ ସ୍ଥାନରେ ଖଳାରୁ ଧାନ ମଳାଯାଇପାରିନାହିଁ। ବାରମ୍ବାର ପାଗ ଖରାପ ହେତୁ ଧାନ ମଳିବା ସମ୍ଭବ ହୋଇନାହିଁ। ଅନେକ ସ୍ଥାନରେ ବିଲ ପାଣିରୁ ଅଣାଯାଇଥିବା ଧାନ ଏଯାଏ ଶୁଖି ନାହିଁ। ଏଣୁ ୧୦ ତାରିଖ ପୂର୍ବରୁ ଧାନ ସବୁକୁ ଯଥା ସ୍ଥାନରେ ଘୋଡ଼ାଇ ରଖିବାକୁ ପରାମର୍ଶ ଦେଇଛନ୍ତି ଡ. ପଶୁପାଳକ। ଏଥିସହ ଯେତେ ଶୀଘ୍ର ସମ୍ଭବ ଧାନ ମଳିବା‌ କାମ ଶେଷ କରିବାକୁ ସେ କହିଛନ୍ତି। ଡ. ପଶୁପାଳକ କହିଛନ୍ତି, ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସ ଯୋଗୁଁ ଓଡ଼ିଶାରେ ଏହି ସମୟରେ ବର୍ଷା ହେବା କିଛି ନୂଆ କଥା ନୁହେଁ। କିନ୍ତୁ ଏହାର ପ୍ରଭାବ ସବୁବେଳେ ଉତ୍ତର ଓଡ଼ିଶା ଯାଏ ସୀମିତ ରହିଥାଏ। କିନ୍ତୁ ସାମ୍ଭାବ୍ୟ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ କେବଳ ଉତ୍ତର ଓଡ଼ିଶା ନୁହେଁ ସମଗ୍ର ଓଡ଼ିଶାରେ ବର୍ଷା ହେବ। ଆଭ୍ୟନ୍ତର ଓ ଉପକୂଳରେ ବି ବର୍ଷାର ପରିମାଣ ଅଧିକ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe