ଦୁଇ ଦିନରେ ୪୦ ଡିଗ୍ରି ଛୁଇଁବ ପାରଦ, ଖରାର ପ୍ରକୋପ ବଢ଼ିବ

ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟ‌ରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ଖରାର ପ୍ରକୋପ ବଢ଼ିବ। କିଛି ଦିନ ହେଲା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି। ବର୍ତ୍ତମାନ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ। ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳର କିଛି ସ୍ଥାନରେ ଓ ୧୬ ତାରିଖରେ ଏହି ୪ ଜିଲ୍ଲା ସମେତ ନୟାଗଡ଼ ଓ ଖୋର୍ଧାରେ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମୟରେ ବାହାରକୁ ନ ବାହାରିବାକୁ କୁହାଯାଇଛି।

publive-image

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ସପ୍ତାହରେ ଆହୁରି ବଢ଼ିବ। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ। ରାଜ୍ୟକୁ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନ ପାକିସ୍ତାନ ଆଡ଼ୁ ପବନ ବୋହୁଛି। ଆସନ୍ତାକାଲିଠାରୁ ସେଠି ତାପମାତ୍ରା ବିଶେଷ ଭାବେ ବଢ଼ିବ। ଏଣୁ ସେଠୁ ଗରମ ଓ ଶୁଷ୍କ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼ିବ ‌‌‌ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଆକଳନ କରାଯାଉଛି ଯେ ଉପକୂଳ ଜିଲ୍ଲାରେ ଆସନ୍ତା ୪ ଦିନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ଡିଗ୍ରି ବଢ଼ିବ। ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ପାରଦ ୪୦ ଡିଗ୍ରି ଛୁଇଁପାରେ।

publive-image

ତେବେ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ୧୭ତାରିଖରେ ଲଘୁଚାପବଳୟ ସୃଷ୍ଟି ହେବାର ସମ୍ଭାବନା‌ ଥିବାରୁ, ଉପକୂଳ ଜିଲ୍ଲାମାନଙ୍କରେ ଦକ୍ଷିଣ ପଟୁ ସାମୁଦ୍ରିକ ପବନ ବହିବା ଯୋଗୁଁ ତାପମାତ୍ରା ପ୍ରାୟ ୪ଡିଗ୍ରିରୁ ଅଧିକ କମିବ। ଏହାର ପରବର୍ତୀ ୫ଦିନ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତିତ ରହିବ। ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମାଲକାନଗିରି ଓ ଝାରସୁଗୁଡ଼ାରେ ୧୫ ତାରିଖରେ ପାରଦ ୪୦ ଡିଗ୍ରି ଛୁଇଁବ। ତା’ପରେ କ୍ରମଶଃ ତାପମାତ୍ରା ବଢ଼ିବା ଚାଲୁ ରହିବ। ଆସନ୍ତା ୨୧ ତାରିଖରେ ହୁଏ ତ କିଛି ସ୍ଥାନରେ ୪୨ରୁ ୪୩ଡିଗ୍ରି ତାପମାତ୍ରା ବଢ଼ିପାରେ। ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ରେ ୧୯ତାରିଖରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ଉପକୂଳ ବ୍ୟତୀତ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା କମିବା ସଙ୍କେତ ମିଳୁ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe