ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେଲା ମା’ ରୁଦ୍ରକାଳୀଙ୍କ ମେରୁ ଯାତ୍ରା

Advertisment
ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେଲା ମା’ ରୁଦ୍ରକାଳୀଙ୍କ ମେରୁ ଯାତ୍ରା

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ଶ୍ରୀଶ୍ରୀଶ୍ରୀ ମାଁ ରୁଦ୍ରକାଳୀଙ୍କ ପାରମ୍ପରିକ ଦଣ୍ଡ ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ପାରମ୍ପରିକ ଦଣ୍ଡଯାତ୍ରା ଚଳିତ ମାସ ୧ ତାରିଖ ରାତିରୁ ଆରମ୍ଭ ହୋଇଥିବା ବେଳେ ଆଜି ତାର ଉଦଯାପନୀ ଦିବସ ମାସନ୍ତରେ ଯାହା ମେରୁ ଯାତ୍ରା ନାମରେ ବିଖ୍ୟାତ। ମାଁଙ୍କ ସହ ଅନନ୍ଦେଶ୍ୱର ମହାଦେବଙ୍କ ସେବା ନିମନ୍ତେ ୧୩ ଭୁକୁତା, ମାନସିକଧାରୀ ପଇତା ଦଣ୍ଡୁଆ ଭକ୍ତଙ୍କ ସହ ମନ୍ଦିରରୁ ବାହାରି ବିଭିନ୍ନ ଗ୍ରାମର ମାନସିକ ଧାରି ବିଭିନ୍ନ ଭକ୍ତ ଙ୍କ ନିକଟକୁ ଯାତ୍ରା କରି ଆଜି ଶେଷ ଦିନରେ ନିଜ ମନ୍ଦିରରେ ପୂଜା ପାଇଛନ୍ତି।

ଶନିବାର ମାଁଙ୍କ ମେରୁ ଯାତ୍ରା ପୂର୍ବରୁ ସକାଳେ ମନ୍ଦିର ତରଫରୁ ଠାକୁର ଓ ମାଁଙ୍କୁ ଏକ ବିରାଟ ପଟୁଆରରେ ବିଭିନ୍ନ ବେଶଭୁଷାରେ ପିଲାମାନେ ସଜ୍ଜିତ ହୋଇ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରୁ ସାରା ସହର ପରିକ୍ରମା କରି ଆନନ୍ଦେସ୍ବର ମନ୍ଦିରରେ ଅଧିକାରୀ ଜବାହାରଲାଲ ପରିଚ୍ଛା, ପାଟ ଭୁକୁତା ଶରଣ ପଞ୍ଜର ମାଝୀ, କାଳୀକା ଜୟ ନାୟକଙ୍କ ସମେତ ସମସ୍ତ ଭୁକୁତା ଏବଂ ଦଣ୍ଡୁଆ ପହଂଚିବା ପରେ ମଦିରରେ ସମସ୍ତ ଭୁକୁତାଙ୍କୁ ସ୍ବାଗତ କରାଯିବା ସହ ମହିଳାମାନେ ପୂଜା କରି ମନ୍ଦିରକୁ ପାଛୋଟି ନେଇଥିଲେ। ବରଣ କରି ଅଣାଯିବା ପରେ ଅପରାହ୍ନରେ ମେରୁ ପଡ଼ିଆରେ ୧୬ ଦଣ୍ଡ ଅନୁଷ୍ଠିତ ହୋଇଥିଲା।

ଧୂଳିଦଣ୍ଡ ପରେ ଠାକୁରଙ୍କ ସନ୍ଧ୍ୟା ସ୍ନାନ ସରିବା ପରେ ମନ୍ଦିରରେ ଝାମୁଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପାଟଭୁକ୍ତତା ଶରଣ ପଞ୍ଜର ମାଝୀଙ୍କୁ ଖୀରରରେ ଗାଧୋଇବା ପରେ ଅଗ୍ନି କୁଣ୍ଡରେ ଝୁଲେଇ ଝୁଣା ଦିଆଯାଇଥିଲା। ଝାମୁଁ ପୂଜା କରାଯିବା ପରେ ସମସ୍ତ ଉପାସିଆ ଶ୍ରଦ୍ଧାଳୁ ମାଁଙ୍କ ପାଦୁକା ସାରି ଉପବାସ ଭାଙ୍ଗି ଥିଲେ। ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିର ଓ ସ୍ଥାନୀୟ ସହର ଚଳ ଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା। ପାରମ୍ପରିକ ଦଣ୍ଡ ଯାତ୍ରା ରେ ୧୩ ଦିନି ଧରି କଠିନ ଦଣ୍ଡ ବିଧାନ ସହ ଠାକୁରଙ୍କ ସେବା କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା। ରାତିରେ ପାରମ୍ପରିକ ଦଣ୍ଡ ନୃତ୍ୟ ସହ ସାମାଜିକ ନାଟକ କଳିଯୁଗ ତତେ ଦୁରୁ ଜୁହାର ମଞ୍ଚସ୍ତ ହୋଇଥିଲା। ଚଳିତ ବର୍ଷ ମାଁ ଙ୍କ ଦଣ୍ଡ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସରିଥିବା ବେଳେ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଇନଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe