ସିବିଆଇ ଜାଲରେ ଏମଇଏସ୍‌ ଯନ୍ତ୍ରୀ

Advertisment
ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ଘୋଟାଲା, ମାଲକାନଗିରିରେ ସିବିଆଇ ଚଢ଼ଉ

Image Source: Zee News

ଜଗତସିଂହପୁର : ପାରାଦୀପରେ ଥିବା ଭାରତୀୟ ତଟରକ୍ଷୀ ବାହିନୀ କଲୋନିରେ ଆଜି ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇର ଚଢଉ ଜାରି ରହିଛି।

ସିବିଆଇ ଡିଏସ୍‌ପି ବୈଦ୍ୟନାଥ ସାମଲଙ୍କ ନେତୃତ୍ବରେ ଏକ ଟିମ୍ ମିଲିଟାରୀ ଇଂଜିନିୟର୍ସ ସର୍ଭିସେସ୍‌ (ଏମ୍ଇଏସ୍‌)ର ଯନ୍ତ୍ରୀ ରାଜୀବ ରଂଜନ ରେଡ୍ଡିଙ୍କ ଘର ଓ କାର୍ଯ୍ୟାଳୟରେ ଚଢଉ କରିଛି। ଯନ୍ତ୍ରୀ ଶ୍ରୀ ରେଡ୍ଡି ବିଦ୍ୟୁତ ବିଭାଗର ଜଣେ ଠିକାଦାର ପବିତ୍ର ପରିଡ଼ାଙ୍କୁ ୩୦ ହଜାର ଟଙ୍କା ଲାଂଚ ମାଗିଥିଲେ। ଏ ନେଇ ଶ୍ରୀ ପରିଡ଼ା ସିବିଆଇ ଅଧିକାରୀଙ୍କୁ ଜଣାଇଥିଲେ। ଫଳରେ ଯୋଜନା ମୁତାବକ ଏହି ଲାଞ୍ଚ ଦେବାବେଳେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଯନ୍ତ୍ରୀ ଶ୍ରୀ ରେଡ୍ଡିଙ୍କୁ କାବୁ କରି ନେଇଥିଲେ। ଖବର ଲେଖା ହେବା ବେଳକୁ ମଧ୍ୟ ସିବିଆଇର ଚଢଉ ଜାରି ରହିଛି। ତାଙ୍କର ସଂପତ୍ତି ଆକଳନ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂପର୍କରେ ସିବିଆଇ ଛାନଭିନ୍ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe