ଆନନ୍ଦପୁର: ଆନନ୍ଦପୁରରେ କୋଭିଡ ଟିକାର ଅଭାବ ଦେଖାଦେଇଛି। ପ୍ରତିଦିନ ଶହଶହ ସଂଖ୍ୟାରେ ଲୋକ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଟିକା ନେବପାଇଁ ଆସୁଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି। ଟିକା ପ୍ରଦାନରେ ମଧ୍ୟ ପାତରଅନ୍ତର କରଯାଉଥିବା ଅଭିଯୋଗ ହୋଇଛି। ଲୋକେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବା ସତ୍ତ୍ବେ ଟିକା ନପାଇ ଫେରୁଥିବାବେଳେ ପଛରେ ଆସୁଥିବା ଲୋକଙ୍କୁ ଟିକା ଦିଆଯାଉଛି। ସେହିପରି ଟିକା ନନେଇ ମଧ୍ୟ ଲୋକଙ୍କ ମୋବାଇଲକୁ ମେସେଜ୍ ଆସୁଥିବାରୁ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଘସିପୁରାର ଶଙ୍କର୍ଷଣ ସାହୁ (୫୬) ଟିକା ନେବାପାଇଁ ଅନ୍ଲାଇନ୍ରେ ନାମ ପଞ୍ଜୀକରଣ କରିଥିଲେ। ଆଜି ସେ କାମଧନ୍ଦା ଛାଡ଼ି ଟିକା ନେବାକୁ ଯାଇଥିଲେ। ମାତ୍ର ଦୁଇଶହ ଡୋଜ୍ ଆସିଛି କହି ତାଙ୍କୁ ଫେରାଇ ଦିଆଯାଇଥିଲା। ଅପରାହ୍ଣ ୩.୫୨ରେ ସେ ପ୍ରଥମ ଡୋଜ୍ ଟିକା ନେଇଥିବା ନେଇ ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଏନେଇ ଟିକାଦାନ କେନ୍ଦ୍ର ସହ ଶ୍ରୀ ସାହୁ ଯୋଗାଯୋଗ କରିଥିଲେ ମଧ୍ୟ ସଠିକ୍ ଉତ୍ତର ମିଳିନଥିଲା।
Follow Us