କାଠ କଳାକୃତିରେ ସର୍ବ ଧର୍ମ ସମନ୍ବୟର ବାର୍ତ୍ତା

Advertisment
କାଠ କଳାକୃତିରେ ସର୍ବ ଧର୍ମ ସମନ୍ବୟର ବାର୍ତ୍ତା

ବ୍ରହ୍ମପୁର : କାଠ କଳାକୃତିରେ ନୂତନ ବର୍ଷର ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସତ୍ୟ ମହାରଣା। ନୂଆ ବର୍ଷରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ସ୍ବାଗତ କରି ନିଜ କଳାକୃତିରେ ସେ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଇଛନ୍ତି। ଏଥିସହ କୋଭିଡ଼୍‌ କଟକଣା ପାଇଁ ଚଳିତବର୍ଷ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବାରୁ ଭକ୍ତବୃନ୍ଦ ବଞ୍ଚିତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଏକ ନିଆରା ପ୍ରତିମୂର୍ତ୍ତି ଗଢ଼ି ନାଗାର୍ଜୁନ ବେଶରେ ସଜାଇଛନ୍ତି।

ଖାଲି ସେତିକି ନୁହେଁ, ‘କରୋନା’ ଏବେ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳିନଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆବଶ୍ୟକ ନଥିଲେ ପଦାକୁ ନବାହାରିବା, ମାସ୍କ ପରିଧାନ ଏବଂ ସମଦୂରତା ରକ୍ଷା କରିବାକୁ ଗୁରୁତ୍ବ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe