ପରିବେଶ ଚିନ୍ତା : ମାଟି ଦୀପ ବିକି ବାର୍ତ୍ତା ବାଣ୍ଟୁଛନ୍ତି ବ˚ଶୀଧର

ପରିବେଶ ଚିନ୍ତା : ମାଟି ଦୀପ ବିକି ବାର୍ତ୍ତା ବାଣ୍ଟୁଛନ୍ତି ବ˚ଶୀଧର

ଅସୁରାଳି : ଦୀପାବଳି ପାଇଁ ଏବେଠୁ ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଦୀପାବଳିରେ ଦୀପଦାନ, ବାଣଫୁଟା ଆଦି ଉତ୍ସବର ମାହୋଲ ସୃଷ୍ଟି କରିଥାଏ। ଆଜିର ଦିନରେ ବ୍ୟବହୃତ ହେଉଥିବା କ୍ୟାଣ୍ତେଲ ବଦଳରେ ଦୀପାବଳିରେ ମାଟି ଦୀପ ବ୍ୟବହାର କରି ପରିବେଶ ରକ୍ଷା ସହ ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲାଗିଛନ୍ତି ବ˚ଶୀଧର ସାହୁ। ଧାମନଗର ବ୍ଲକ ରାମେଶ୍ବରପୁର ଗାଁର କୁମ୍ଭାର ସମ୍ପ୍ରଦାୟର ବୃଦ୍ଧ ବ˚ଶୀଧର କୌଳିକ ବୃତ୍ତିକୁ ବଞ୍ଚାଇ ମାଟିର ଦୀପ ପ୍ରସ୍ତୁତ କରି ଆଜିର ମହଙ୍ଗା ସମୟରେ ଗାଁ ଗାଁ ବୁଲି ଏହାର ବ୍ୟବହାର ଯୋଗୁଁ ପରିବେଶ ଓ ପରମ୍ପରା କେମିତି ସୁରକ୍ଷିତ ହୋଇପାରୁଛି ସେ ନେଇ ଲୋକଙ୍କୁ ବୁଝାଇଥାନ୍ତି। ଦୀର୍ଘ ୪୫ ବର୍ଷ ଧରି ସେ ମାଟିରେ ହାଣ୍ତି, କଳସ, ନନ୍ଦ, ଘୁମା, ମାଟି ଘୋଡ଼ା, ପଲମ ଆଦି ସହ କାଳୀପୂଜା ସମୟରେ ହଜାର ହଜାର ଛୋଟ ବଡ଼ ଦୀପ ତିଆରି କରି ବିକିଥାନ୍ତି। ଏବେ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ଆଦି ସାମଗ୍ରୀର ବହୁଳ ବ୍ୟବହାର ହେତୁ ମାଟି ନିର୍ମିତ ପାତ୍ରର ଚାହିଦା କେତେକାଶ˚ରେ କମିଛି। ବାହାଘର, ବ୍ରତଘର, ଶୁଦ୍ଧିକର୍ମ ସମେତ ପୂଜା ଆଦିରେ ମାଟି କଳସ, ହାଣ୍ତିର ଆବଶ୍ୟକତା ପଡ଼ୁଛି। କିନ୍ତୁ ଦୀପାବଳି ପାଇଁ ମାଟି ଦୀପର ଆଦର ପୂର୍ବାପେକ୍ଷା କମିଥିଲେ ବି ସେ କିନ୍ତୁ ବହୁ ସ˚ଖ୍ୟାରେ ଏହା ତିଆରି କରି ବିକୁୁଛନ୍ତି। ପ୍ରାୟ ଦୁଇ ମାସ ଧରି ଏଥିପାଇଁ ଏ ବୟସରେ ବି ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ବ˚ଶୀଧର। ଭଳିକି ଭଳି ଦୀପ ତିଆରି କରି ସେ ସାଇକେଲ ଯୋଗେ ଏ ଗାଁରୁ ସେ ଗାଁକୁ ଯାଇ ଲୋକଙ୍କୁ ଅଳ୍ପ ଅର୍ଥ ବିନିମୟରେ ବିକ୍ରି କରିଥାନ୍ତି। ୨ରୁ ୨୦ଟଙ୍କା ଯାଏଁ ଦୀପକୁ ବିକି ଥିବା ବେଳେ ବ˚ଶୀଧର ଲାଭ କ୍ଷତିର ହିସାବକୁ ଗୁରୁତ୍ବ ଦିଅନ୍ତି ନାହିଁ। ଦୀପାବଳିରେ ଦୀପ ବିକି ନିଜର ବୃତିକୁ ବଞ୍ଚାଇବା ସହ ଲୋକଙ୍କୁ ଦୀପ ଜଳାଇବାର ଉପକାର ସମ୍ପର୍କରେ ସଚେତନ କରାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe