ଲକଡାଉନରେ ଘରେ ରହି କିଭଳି ସମୟ ବିତାଇବେ ଛାତ୍ରଛାତ୍ରୀ? ପିଲାମାନଙ୍କୁ ୮ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଲକଡାଉନରେ ଘରେ ରହି କିଭଳି ସମୟ ବିତାଇବେ ଛାତ୍ରଛାତ୍ରୀ? ପିଲାମାନଙ୍କୁ ୮ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଫଟୋ : ବିଭୂତି

ଭୁବନେଶ୍ୱର: ଲକଡାଉନ୍ ସମୟରେ କିଭଳି ସମୟ ବିତାଇବେ ତାହା ଦର୍ଶାଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କୋଡିଡ୍ ୧୯ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଗୁଡ଼ିକୁ ସୂଚିତ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ପାଇଁ ୮ଟି ବିନ୍ଦୁରେ ଉପଦେଶ ଦେଇଛନ୍ତି |

୧.କରୋନାକୁ ଡରିବା ନାହିଁ, ମିଳିମିଶି ଲଢ଼ିବା |
୨.ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ |
୩.ଆମେ ସମସ୍ତେ ସାବଧାନ ରହିବା | ବାପା, ମାଙ୍କୁ ହାତ ଧୋଇବାକୁ କହିବା ଓ ଘରେ ରହିବାକୁ କହିବା | ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା |
୪.ଏ ବର୍ଷର ସ୍କୁଲ ବହିତକ ଆଉ ଥରେ ପଢ଼ିଦେବା |
୫.ମନକୁ ଖୁସି ରଖିବା, ଗପବହି ପଢିବା ଓ ଚିତ୍ର ଆଙ୍କିବା |
୬.ଘର କାମରେ ବାପା-ମାଙ୍କୁ ସାହାଯ୍ୟ କରିବା |
୭.ଭାଇ-ଭଉଣୀଙ୍କ ସାଙ୍ଗରେ କଳିକଜିଆ କରିବା ନାହିଁ |
୮.ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବା

publive-image

ଶ୍ରୀଯୁକ୍ତ ବାଗଚୀଙ୍କ ସୂଚନା ମୁତାବକ ଓଡ଼ିଶାରେ ୬୮ ହଜାର ୭୧୭ଟି ବିଦ୍ୟାଳୟ ଅଛି | ୩୬ ଲକ୍ଷ ୫ ହଜାର ୫୩୯ ଛାତ୍ରଛାତ୍ରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି | ୨୧ ଲକ୍ଷ ୩୭ ହଜାର ୪୩ ଜଣ ଉଚ୍ଚ ବିଦ୍ୟାଳୟକୁ ଯାଉଛନ୍ତି | ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୯ ହଜାର ୩୦୭ , ଯୁକ୍ତ ଦୁଇରେ ପଢୁଛନ୍ତି ୧୦ ଲକ୍ଷ ୭୬ ହଜାର ୭୪୨ ଛାତ୍ରଛାତ୍ରୀ |ଏସବୁକୁ ମିଶାଇ ଓଡ଼ିଶାରେ ସମୁଦାୟ ୮୧ ଲକ୍ଷ ୨ ହଜାର ୩୩୧ ପିଲାମାନେ ପାଠ ପଢୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe