୮୨୫ କଇଁଛଙ୍କ ଗୋଡ଼ରେ ବନ୍ଧାଗଲା ଧାତବ ଫଳକ

Advertisment
୮୨୫ କଇଁଛଙ୍କ ଗୋଡ଼ରେ ବନ୍ଧାଗଲା ଧାତବ ଫଳକ

ରାଜନଗର : ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗତିବିଧି ଓ ଜୀବନଶୈଳୀ ଏବେ ବି ରହସ୍ୟାବୃତ୍ତ ହୋଇରହିଛି। ଏହି ବିରଳ କଇଁଛ କେଉଁଠୁ ଆସୁଛନ୍ତି, କାହିଁକି ଆସୁଛନ୍ତି, ଏମାନଙ୍କ ଯାତ୍ରା ଓ ଏମାନେ ଅଣ୍ତା ଦେବା ପାଇଁ ଓଡିଶାର ଗହୀରମଥା, ଋଷିକୂଲ୍ୟା ଓ ଦେବୀ ମୁହାଣକୁ କାହିଁକି ବାଛୁଛନ୍ତି, ତାହାର ରହସ୍ୟ ପ୍ରାଣୀ ବିଜ୍ଞାନୀମାନେ ଆଜି ଯାଏ ଭେଦ କରି ପାରିନାହାନ୍ତି। କଇଁଛଙ୍କ ଗତିବିଧି ଜାଣିବା ପାଇଁ ଗହୀରମଥାରେ ସମୂହ ଅଣ୍ତାଦାନରେ ସାମିଲ ହେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫଳକ ଲଗାଯାଉଛି। ୬ ଦିନ ମଧ୍ୟରେ ୮୨୫ କଇଁଛଙ୍କ ଗୋଡରେ ଧାତବ ଫଳକ ଲଗାସରିଛି। ଅପରପକ୍ଷରେ ୨୦୧୧/୧୨ରେ ଧାତବ ଫଳକ ଲଗାଯାଇଥିବା ଏକ କଇଁଛ ଚଳିତବର୍ଷ ଗହୀରମଥାରେ ଅଣ୍ତାଦାନ ବେଳେ ଠାବ କରାଯାଇଛି। ଏହି ଧାତବ ଫଳକ କେବେ ଓ କେଉଁଠି ଲଗାଯାଇଥିଲା, ଧାତବ ଫଳକର ନମ୍ବର ଓ ଠିକଣାରୁ ଜାଣିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe