Meteorological Department predicts Kalabaisakhi rain from tomorrow Photograph: (sambad.in)
ଭୁବନେଶ୍ୱର: ୧୯ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ୧୯ ଏବଂ ୨୨ ତାରିଖରେ କାଳବୈଶାଖୀ ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି।
୧୯ ରୁ ୨୨ ମାର୍ଚ୍ଚ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ଜଳୀୟବାଷ୍ପଯୁକ୍ତ ବାୟୁ ରାଜ୍ୟ ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।
ଏହି ସମୟ ମଧ୍ୟରେ ବାୟୁମଣ୍ଡଳର ଉପର ଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ଆଇଏଏସ୍ସ୍ତରରେ ଛୋଟ ଧରଣର ଅଦଳବଦଳ
ଉଷ୍ମ ପବନ ସଂସ୍ପର୍ଶରେ ଆସିଲେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦ କିଲୋମିଟର ହେବ ବୋଲି ଆକଳନ କରାଯାଇଛି। କାଳବୈଶାଖୀ ସମୟରେ କିଛି ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମଙ୍ଗଳବାର ରେକର୍ଡ ହୋଇଥିବା ପ୍ରମୁଖ ସହରର ସର୍ବୋଚ୍ଚ ତାପମାତ୍ରା
ଝାରସୁଗୁଡା ୩୯.୮ ଡିଗ୍ରି ସେଲସିୟସ୍
ସମ୍ବଲପୁର ୩୯.୭ ଡିଗ୍ରି ସେଲସିୟସ୍
ହୀରାକୁଦ ୩୯.୧ ଡିଗ୍ରି ସେଲସିୟସ୍
ରାଉରକେଲା ୩୭.୮ ଡିଗ୍ରି ସେଲସିୟସ୍
କେନ୍ଦୁଝର ୩୬.୧ ଡିଗ୍ରି ସେଲସିୟସ୍
ବାଲେଶ୍ୱର ୩୫ ଡିଗ୍ରି ସେଲସିୟସ୍
ଭୁବନେଶ୍ୱର ୩୪.୬ ଡିଗ୍ରି ସେଲସିୟସ୍
ଚାନ୍ଦବାଲି ୩୩.୬ ଡିଗ୍ରି ସେଲସିୟସ୍
ଅଧିକ ପଢ଼ନ୍ତୁ: ଆତ୍ମସମର୍ପଣ ଅପେକ୍ଷା ଲଢେଇ କରିବାକୁ ଚାହିବୁ : ୟୁକ୍ରେନ୍
Follow Us