ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସଭା

Advertisment
ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସଭା
ଭଦ୍ରକ: ଚାଷୀ ଆନ୍ଦୋଳନରେ ମୋଦୀ ସରକାର ଦେଇଥିବା ପ୍ରତିଶ୍ରୁତିର ପ୍ରତାରଣା ଓ କୃଷକମାନଙ୍କ ଉପରେ ଅମିତ ଶାହଙ୍କ ଅଧିନରେ ଥିବା  ଦିଲ୍ଲୀ ପୁଲିସର ବର୍ବରୋଚିତ ଆକ୍ରମଣ ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରେ ଏକ ପ୍ରତିବାଦ ସଭା ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ତଥା ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ ଚାଷୀ ନେତା ନିରଞ୍ଜନ ପାଣି, ଅଖିଳ ଭାରତ କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, କୃଷକ ନେତା  ବିମ୍ବାଧର ବାରିକ୍, ଏଆଇଟିୟୁସି ଜିଲ୍ଲା ସଂପାଦକ ରମେଶ ଯେନା, ଶ୍ରମିକ ନେତା ରବିନ୍ଦ୍ର ସେଠୀ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧା ଦାସ, ଡିୱାଇଏଫ୍ଆଇ ଜିଲ୍ଲା ଆବାହକ ବିନୋଦ ସାହୁ, ଏସ୍ଏଫ୍ଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା ପ୍ରମୁଖ  ବକ୍ତବ୍ୟ ରଖିଥିଲେ।
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା  ଦିଲ୍ଲୀ ଚାଲ ଆନ୍ଦୋଳନ-୨୦୨୪କୁ ସମର୍ଥନ କରି ଆସନ୍ତା ୨୭ ଓ ୨୮ ତାରିଖରେ  ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା  ଧାରଣାରେ ଭଦ୍ରକ ଜିଲ୍ଲାର  ଚାଷୀ, ଭାଗଚାଷୀ ଓ କ୍ଷେତମଜଦୂର ମାନେ ବହୁସଂଖ୍ୟାରେ ଯୋଗଦେବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ର ନେତୃତ୍ୱ ଆହ୍ୱାନ ଜଣାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe