ଭୁବନେଶ୍ବର : ରାଜ୍ୟର କୋଭିଡ୍ ଲଢ଼େଇରେ ନିଜର ଯୋଗଦାନ ସ୍ବରୂପ ଏମ୍ଜିଏମ୍ ମିନେରାଲ୍ସ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛି। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପଙ୍କଜଲୋଚନ ମହାନ୍ତି ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି। ଏହି ସହଯୋଗ ପାଇଁ ଶ୍ରୀ ମହାପାତ୍ର କମ୍ପାନି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ। ଚେକ୍ ପ୍ରଦାନ ସମୟରେ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କର ସମୟୋପଯୋଗୀ ପଦକ୍ଷେପ ଏବଂ ସକ୍ରିୟ କୋଭିଡ୍ ପରିଚଳାନାର ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏମ୍ଜିଏମ୍ ମିନେରାଲ୍ସ୍ ଦେଲା ୧ କୋଟି
Advertisment
Follow Us