ମଧ୍ୟାହ୍ନଭୋଜନକୁ ମହଙ୍ଗା ମାଡ଼: ଅଣ୍ଡା ଗୋଟା ୬ ଟଙ୍କା, ମିଲ୍‌ ପାଇଁ ମିଳୁଛି ୫.୪୨ ପଇସା

Advertisment
ମଧ୍ୟାହ୍ନଭୋଜନକୁ ମହଙ୍ଗା ମାଡ଼: ଅଣ୍ଡା ଗୋଟା ୬ ଟଙ୍କା, ମିଲ୍‌ ପାଇଁ ମିଳୁଛି ୫.୪୨ ପଇସା

Scroll.in

ବିଂଝାରପୁର: ମଧ୍ୟାହ୍ନଭୋଜନରେ ମହଙ୍ଗା ମାଡ଼। ଏହାକୁ ନେଇ ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ। ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି ମଧ୍ୟାହ୍ନଭୋଜନ ଉପରେ। ଏଥିପାଇଁ ଆସୁଥିବା ସରକାରୀ ଅନୁଦାନ ସମୁଦ୍ରକୁ ଶଙ୍ଖେ ସଦୃଶ। ଅନୁଦାନ ବୃଦ୍ଧି କରାଯାଉ ନଥିବାରୁ ବର୍ତ୍ତମାନର ମୂଲ୍ୟରେ ପିଲାଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର ହେଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମଧ୍ୟାହ୍ନଭୋଜନ ଯୋଜନା ଚାଲିଛି। ଏହି ଯୋଜନାରେ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୫ ଟଙ୍କା ୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୮ ଟଙ୍କା ୧୦ ପଇସା ଧାର୍ଯ୍ୟ କରିଛନ୍ତି।

ବର୍ତ୍ତମାନ ଦରଦାମ୍‌ ଯାହା, ଏତିକି ଟଙ୍କାରେ ଜଣେ ପିଲାକୁ ରନ୍ଧାଖାଦ୍ୟ ଯୋଗାଇବା ମୁସ୍କିଲ। ତେଣୁ ତୁରନ୍ତ ସରକାର ମଧ୍ୟାହ୍ନଭୋଜନ ଖାଦ୍ୟର ମୂଲ୍ୟ ବୃଦ୍ଧି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସରକାର ୫ ଟଙ୍କା ୪୨ ପଇସା ଦେଉଥିବା ବେଳେ ବଜାରରେ କେବଳ ଅଣ୍ଡା ଦର ୬ ଟଙ୍କା ରହିଛି। ସପ୍ତାହରେ ୨ ଦିନ ମଧ୍ୟାହ୍ନଭୋଜନରେ ଅଣ୍ଡା ତରକାରି ହେଉଛି। ସେଥିରେ ପଡୁଥିବା ଆଳୁ ଓ ତେଲ ମସଲା ଆସିବ କେଉଁଠୁ ବୋଲି ମଧ୍ୟାହ୍ନଭୋଜନ ଦାୟିତ୍ଵରେ ଥିବା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା ପ୍ରଶ୍ନ କରିଛନ୍ତି। ସେହିପରି ସୋରିଷ ତେଲ ଲିଟର ୧୭୫ ରୁ ୧୮୦ ଟଙ୍କା, ଆଳୁ କିଲୋ ୨୫ ଟଙ୍କା, ଡାଲି କିଲୋ ଶହେ ପରେ, ଗ୍ୟାସ ସିଲିଣ୍ଡର ୧୧ ଶହ ଟଙ୍କା, ପରିବା ଦର ଆକାଶଛୁଆଁ ହୋଇଥିଲା ବେଳେ ପୁଣି ମସଲା ରହିଛି। ଦରବୃଦ୍ଧି ମାଡ଼ର ପ୍ରଭାବ ମଧ୍ୟାହ୍ନଭୋଜନ ଉପରେ ପଡ଼ିଛି ବୋଲି ବିଭିନ୍ନ ସ୍କୁଲର ଶିକ୍ଷକମାନେ କହିଛନ୍ତି। ତୁରନ୍ତ ମଧ୍ୟାହ୍ନଭୋଜନ ବାବଦ ଅର୍ଥ ପରିମାଣ ବଢ଼ାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe